IPL 2022 ର 70 ଟି ମ୍ୟାଚ ପରେ କଣ ହୋଇଛି ଅରେଞ୍ଜ ଆଉ ପର୍ପଲ କ୍ୟାପ ତାଲିକାରେ ପରିବର୍ତ୍ତନ, ଦେଖନ୍ତୁ ଲିଷ୍ଟ

 
ipl 2022 orange and purple cap 23 may

କ୍ରିକେଟ ଖବର : ଆଇପିଏଲ୍ 2022 ର 70 ତମ ଶେଷ ଲିଗ୍ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚକୁ ପଞ୍ଜାବ କିଙ୍ଗସ୍ 5 ୱିକେଟରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି SRH ଦଳ 157 ରନ୍ ସ୍କୋର କରିଥିଲା, ଏହାର ଉତ୍ତରରେ ପଞ୍ଜାବ କିଙ୍ଗ୍ସ 16 ତମ ଓଭରରେ ହିଁ ଏହି ଟାର୍ଗେଟକୁ ହାସଲ କରିନେଇଥିଲା।  ପଞ୍ଜାବ ପାଇଁ ଲିଆମ୍ ଲିଭିଙ୍ଗଷ୍ଟୋନ୍ ମାତ୍ର 22 ଟି ବଲରେ 49 ରନ୍ ସଂଗ୍ରହ କରିଥିଲେ। ହାଇଦ୍ରାବାଦ ଦଳ ପକ୍ଷରୁ ଫଜଲହକ୍ ଫାରୁକି ସର୍ବାଧିକ 2ଟି ୱିକେଟ୍ ନେଇଥିଲେ।

ସୂଚନା ଯୋଗ୍ୟ ଯେ, 24 ମଇରେ ରାଜସ୍ଥାନ ଏବଂ ଗୁଜୁରାଟ ମଧ୍ୟରେ ପ୍ରଥମ କ୍ବାଲିଫାୟର୍ ମ୍ୟାଚ୍ ଖେଳାଯିବ।  ଏଥି ସହିତ, ମେ 25 ରେ, ଏଲିମିନେଟର ମ୍ୟାଚରେ ଆରସିବି ଦଳ ଲକ୍ଷ୍ନୌ ବିପକ୍ଷରେ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ। 

ଅରେଞ୍ଜ କ୍ୟାପ ତାଲିକା:

orange cap

ଆଇପିଏଲ 2022ର 70 ତମ ମ୍ୟାଚ୍ ଶେଷ ହେବା ପରେ, ସର୍ବାଧିକ ରନ୍ ସ୍କୋର ଟପ୍ -10 ଖେଳାଳିଙ୍କ ତାଲିକାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଯେଉଁଠାରେ ହାଇଦ୍ରାବାଦ ବିପକ୍ଷରେ ଧାୱନ 32 ବଲରେ 39 ରନ୍ ସଂଗ୍ରହ କରି 460 ରନ୍ ସହ ଶୀର୍ଷ 4 ରେ ପହଞ୍ଚିଛନ୍ତି। ଆଉ 629 ରନ୍ ସହ ବଟଲର ପ୍ରଥମ ସ୍ଥାନରେ ଅଛନ୍ତି। ଲୋକେଶ ରାହୁଲ 537 ରନ ସହିତ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ , ଡି କକ 502 ରନ ସହିତ ତୃତୀୟ ସ୍ଥାନରେ ଅଛନ୍ତି। 443 ରନ୍ ସହ ଡୁ ପ୍ଲେସିସ୍ ପଞ୍ଚମ ସ୍ଥାନରେ ଅଛନ୍ତି। ଲିଭିଙ୍ଗଷ୍ଟୋନ୍ 437 ରନ୍ ସହ ଷଷ୍ଠ ସ୍ଥାନରେ ରହିଛନ୍ତି। 

ପର୍ପଲ କ୍ୟାପ ତାଲିକା:

70 ତମ ମ୍ୟାଚ୍ ପରେ, ପର୍ପଲ କ୍ୟାପ୍ ର ତାଲିକାରେ ବି ପରିବର୍ତ୍ତନ ହୋଇଛି। ଆରସିବିର ବୋଲର୍ ହସାରଙ୍ଗା ନମ୍ବର 2ରେ ପହଞ୍ଚିଛନ୍ତି। ସେ ଚଳିତ ସିଜନରେ 24 ଟି ୱିକେଟ୍ ନେଇଛନ୍ତି। 23 ୱିକେଟ୍ ନେଇ ରାବାଡା ତୃତୀୟ ସ୍ଥାନରେ ରହିଛନ୍ତି। 22 ୱିକେଟ୍ ନେଇ ଉମ୍ରାନ୍ ଚତୁର୍ଥ ସ୍ଥାନରେ ଅଛନ୍ତି।  କୁଲଦୀପ ଯାଦବ 21 ୱିକେଟ୍ ନେଇ 5ମ ସ୍ଥାନ ଅଧିକାର କରିଛନ୍ତି। ଆଉ ଚହଲ 26 ଟି ୱିକେଟ୍ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି ।