ଦେଖନ୍ତୁ ଭିଡ଼ିଓ: ଧୋନି କହିଲେ ଅମ୍ପାୟାରଙ୍କୁ, ରିପ୍ଲେ ଦେଖନ୍ତୁ ତାପରେ ନିର୍ଣୟ ନେବେ, ଏହି ଘଟଣା କୁ ନେଇ ଚାରିଆଡେ ଧୋନିଙ୍କ ଚର୍ଚା

 
dhoni catch

କ୍ରିକେଟ୍ ଖବର: ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର୍  କିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଚମତ୍କାର ପ୍ରତିଭା ସମସ୍ତେ ଦେଖିଛନ୍ତି । ଆଉ ଚଳିତ ଆଇପିଏଲ ସିଜିନ୍‌ରେ ଧୋନିଙ୍କ ଖେଳ କିଛି ଅଲଗା ପ୍ରକାରର ଦେଖିବାକୁ ମିଳିଛି । ଏହି ସିଜିନରେ ସିଏସକେ ଖେଳୁଥିବା ମ୍ୟାଚରେ ୱିକେଟକିପର ଭାବରେ ଏକ କ୍ୟାଚ ଧରିବାକୁ ଗଲା ବେଳେ ଧୋନି ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିନଥିଲେ ।

ସିଏସକେ ଟିମ୍ ଏହି ଫଇସଲାର ବିରୁଦ୍ଧରେ ଥିଲେ ମଧ୍ୟ ସମସ୍ତ ଫ୍ୟାନ୍ସଙ୍କ ପାଇଁ ଏହା ଏକ ଖୁସିର ମୂହୂର୍ତ ଥିଲା ଧୋନି ଫିଲ୍ଡରେ ନିରପେକ୍ଷ ଭାବରେ ଖେଳିଥିଲେ । ସେହି ସମୟରେ ପଞ୍ଜାବ କିଙ୍ଗସର ବ୍ୟାଟ୍ସମ୍ୟାନ ଲିୟାମ ଲ୍ୱିଙ୍ଗଷ୍‌ଟୋନ ନିଜର ରୋମାଂଚକର ପ୍ରଦର୍ଶନ ଜାରି ରଖିଥିଲେ । ସିଏସକେର ଦମଦାର ବୋଲିଂରେ ଲ୍ୱିଙ୍ଗଷ୍‌ଟୋନ ଛକା ମାରିଥିଲେ । 

dhoni dive catch

ଧୋନି କ୍ୟାଚ୍ ଧରୁଥିବା ସମୟରେ ସିଏସକେ ର ସମସ୍ତ ଖେଳାଳି ଏହାର ବିପକ୍ଷରେ ଥିବା ବେଳେ କିନ୍ତୁ ଧୋନି ସଚ୍ଚୋଟତା ଦେଖାଇ ଏହାର ଚେକ୍ କରିବା ପାଇଁ ଥାର୍ଡ ଅମ୍ପାୟାରଙ୍କୁ କହିଥିଲେ। ଧୋନିଙ୍କ କହିବା ଦ୍ୱାରା ଥାର୍ଡ ଅମ୍ପାୟାର ଚେକ୍ କଲେ। ତେବେ ବଲଟି ଧୋନିଙ୍କ ହାତକୁ କ୍ୟାଚ ହେବାକୁ ଆସିବା ପୂର୍ବରୁ ହିଁ ତଳେ ପଡିଥିଲା । ଯାହା ଫଳରେ ବ୍ୟାଟ୍ସମ୍ୟାନ ନଟଆଉଟ ହେଲେ। ତେବେ ଧୋନିଙ୍କର ଏହି କାର୍ଯ୍ୟକୁ ବହୁତ ପ୍ରଶଂସା କରାଯାଉଛି । ଆଉ ସୋସିଆଲ ମିଡ଼ିଆରେ ବି ଧୋନିଙ୍କ ଏହି କାର୍ଯ୍ୟ ବିଷୟରେ ଆଲୋଚନା ହେଉଛି । 

ଦେଖନ୍ତୁ ଭିଡିଓ :