IPL 2022: ଆଜିର MI vs DC ମ୍ୟାଚରେ ନିଜେ ଗ୍ରାଉଣ୍ଡ ରେ ରହିବେ କୋହଲି, କହିଲେ ମୋର ପ୍ଲାନ ହେଉଛି...

 
rohit kohli

କ୍ରିକେଟ ଖବର : ଆଇପିଏଲ୍ 2022 ର 67 ତମ ଲିଗ୍ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଗୁଜୁରାଟକୁ 8 ୱିକେଟରେ ପରାସ୍ତ କରି ଆରସିବି ସେମାନଙ୍କ ପ୍ଲେ ଅଫ୍ ଆଶାକୁ ଜୀବନ୍ତ ରଖିଛି।

ଆରସିବି ହୁଏତ ଏହି ମ୍ୟାଚକୁ ସହଜରେ ଜିତିଥାଇପାରେ କିନ୍ତୁ ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ ସେମାନଙ୍କୁ ମେ 21 ଆର୍ଥତ ଆଜିର ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯିବାକୁଥିବା ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ।

mi happy

ଏହି ମ୍ୟାଚରେ ମୁମ୍ବାଇର ବିଜୟ ପାଇଁ ବାଙ୍ଗାଲୋର ଦଳ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ସେପଟେ ମୁମ୍ବାଇ ବନାମ ଦିଲ୍ଲୀ ମ୍ୟାଚରେ ସେ ରୋହିତ ଶର୍ମାଙ୍କ ଦଳକୁ ସମର୍ଥନ କରିବେ ବୋଲି ପୂର୍ବତନ ଆରସିବି ଅଧିନାୟକ ବିରାଟ କୋହଲି କହିଛନ୍ତି।

ଗୁଜୁରାଟ ବିପକ୍ଷ ମ୍ୟାଚ୍ ପରେ ଫାଫ୍ ଡୁ ପ୍ଲେସିସଙ୍କ ସହ ବାର୍ତ୍ତାଳାପ ବେଳେ କୋହଲି କହିଛନ୍ତି, “ମୁଁ ବର୍ତ୍ତମାନ ଦୁଇଦିନ ଶାନ୍ତ ରହିବାକୁ ଚେଷ୍ଟା କରୁଛି ଏବଂ ମୁମ୍ବାଇକୁ ସମର୍ଥନ କରୁଛି।  ମୁମ୍ବାଇ ପାଇଁ ଆମର ଆଉ 2 ଜଣ ସମର୍ଥକ ଅଛନ୍ତି, କେବଳ 2 ନୁହେଁ ମୁଁ ଭାବୁଛି ଆହୁରି 25 ଜଣ ସମର୍ଥକ ଅଛନ୍ତି। ଦିଲ୍ଲୀ ବନାମ ମୁମ୍ବାଇ ମ୍ୟାଚ୍ ସମୟରେ ଆପଣ ମୋତେ ଷ୍ଟାଡିୟମରେ ମଧ୍ୟ ଦେଖିପାରିବେ। ”