ପର୍ପଲ କ୍ୟାପ ବିଜେତାଙ୍କୁ ଯେତେ ଟଙ୍କା ମିଳେ ତାଠାରୁ ଅଧିକ ଟଙ୍କା 11ଟି ବଲ ପକେଇ ପାଇଗଲେ ଉମ୍ରାନ୍, ପଢ଼ନ୍ତୁ ରିପୋର୍ଟ

 

କ୍ରିକେଟ୍ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର 2022 ସିଜନର ଉତ୍ସାହ ଚରମ ସୀମାରେ ପହଞ୍ଚିଛି ଏବଂ ଖେଳାଳିମାନେ କେବଳ ନିଜ ଦଳକୁ ପ୍ଲେ ଅଫ୍ ଟିକେଟ୍ ପାଇବା ପାଇଁ ଚେଷ୍ଟା କରୁନାହାଁନ୍ତି ବରଂ ପର୍ପଲ କ୍ୟାପ୍ ଏବଂ ଅରେଞ୍ଜ କ୍ୟାପ୍ ଜିତିବା ଦୌଡ଼ରେ ମଧ୍ୟ ଯୁଦ୍ଧ କରୁଛନ୍ତି। ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ନେଇଥିବା ବ୍ୟକ୍ତିଙ୍କ ତାଲିକାରେ ଉମ୍ରାନ୍ ପଛରେ ପଡ଼ିଥିଲେ ସୁଦ୍ଧା ସେ ଏହି କ୍ୟାପ୍ ବିଜେତାଙ୍କ ଠାରୁ ଅଧିକ ଟଙ୍କା ଅର୍ଜ୍ଜନ କରିସାରିଲେଣି। 

ସନରାଇଜର୍ସ ହାଇଦ୍ରାବାଦର ଏହି ତାରକା ବୋଲରଙ୍କ ପାଇଁ ଏକ ଶୁଭ ଖବର ରହିଛି। କାରଣ ସେ ପର୍ପଲ କ୍ୟାପ୍ ନ ଜିତିଲେ ମଧ୍ୟ ପୁରସ୍କାର ଆକାରରେ ପର୍ପଲ କ୍ୟାପ୍ ବିଜେତାଙ୍କଠାରୁ ଅଧିକ ରୋଜଗାର କରିସାରିଛନ୍ତି।  

ବାସ୍ତବରେ, ପ୍ରତ୍ୟେକ ମ୍ୟାଚରେ ଦ୍ରୁତତମ ବଲ୍ ବୋଲିଂ କରୁଥିବା ବୋଲରଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିଥାଏ। ଆଉ ସେ ଖେଳିଥିବା ସମସ୍ତ 11 ଟି ମ୍ୟାଚରେ ସବୁଠୁ ଦ୍ରୁତତମ ବଲ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି। ଅର୍ଥାତ୍, ସେ 11 ଲକ୍ଷ ଟଙ୍କା ଜିତିସାରିଛନ୍ତି। ଯେତେବେଳେ କି ପର୍ପଲ କ୍ୟାପ୍ ବିଜେତାଙ୍କୁ 10 ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯାଏ।