ଏହି 8 ଜଣ ଭାରତୀୟ ଖେଳାଳି IPL ଅପେକ୍ଷା BCCI ଠାରୁ ନିଅନ୍ତି ଅଧିକ ଟଙ୍କା, ଦେଖନ୍ତୁ ଲିଷ୍ଟ

 
pujara bcci ipl money

କ୍ରିକେଟ ଖବର : ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇ ପାରିଛି ଭାରତରେ ବିସିସିଆଇ ଦ୍ୱାରା ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ। ଏହି ଲିଗରେ ଖେଳୁଥିବା ଖେଳାଳିମାନେ ବହୁତ ଅର୍ଥ ରୋଜଗାର କରନ୍ତି। ସମସ୍ତ ଫ୍ରାଞ୍ଚାଇଜ୍ ଦଳ ଭଲ ଖେଳାଳି କିଣିବା ପାଇଁ ପ୍ରଚୁର ପରିମାଣର ଅର୍ଥ ଖର୍ଚ୍ଚ କରନ୍ତି। ସମଗ୍ର ବିଶ୍ୱରେ ଟି -20 ଲିଗ୍ ମଧ୍ୟରୁ ଆଇପିଏଲ୍ ସବୁଠାରୁ ଲୋକପ୍ରିୟ। କିଛି ଦେଶର ଖେଳାଳି ନିଜ ଦେଶରେ କ୍ରିକେଟ୍ ଖେଳିବା ପରିବର୍ତ୍ତେ ଆଇପିଏଲରେ କ୍ରିକେଟ୍ ଖେଳିବାକୁ ପସନ୍ଦ କରନ୍ତି। କାରଣ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦଳ ପରିଚାଳନା ଖେଳାଳୀମାନଙ୍କ ପାଇଁ ବହୁତ ଭଲ ବ୍ୟବସ୍ଥା କରିଥାଏ।

ତେବେ ଆଜିର ଏହି ଆର୍ଟିକାଲରେ ଆମେ ଆଠ ଜଣ ଭାରତୀୟ ଖେଳାଳିଙ୍କ ନାମ କହିବୁ ଯେଉଁମାନେ ଆଇପିଏଲରେ ସେମାନଙ୍କ ଫ୍ରାଞ୍ଚାଇଜ୍ ଦଳ ଅପେକ୍ଷା ବିସିସିଆଇ ଠାରୁ ଅଧିକ ଟଙ୍କା ଖେଳିବା ପାଇଁ ନେଇଥାନ୍ତି। ଏହି ଟଙ୍କା ସେମାନଙ୍କୁ ଦରମା ଆକାରରେ ଦିଆଯାଇଥାଏ। ଅନେକ ଭାରତୀୟ କିମ୍ବଦନ୍ତୀ ଖେଳାଳିଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ। 

ଚେତେଶ୍ୱର ପୂଜାରା :

pujara ipl

ଏହି ତାଲିକାରେ ଆମେ ଭାରତୀୟ ଟେଷ୍ଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କ ନାମ ପ୍ରଥମରେ ରଖିଛୁ। ଚେତେଶ୍ୱର ପୂଜାରା 2014 ରେ ଆଇପିଏଲରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ଏହା ପରେ, କୌଣସି ଦଳ ଚେତେଶ୍ୱର ପୂଜାରାଙ୍କୁ କିଣିବାକୁ ପ୍ରସ୍ତୁତ ହୋଇନାହାନ୍ତି, କାରଣ ସେ ଟେଷ୍ଟ କ୍ରିକେଟର। ଫାଷ୍ଟ କ୍ରିକେଟ ଖେଳିବା ତାଙ୍କୁ ଆସେନାହି। ଅବଶ୍ୟ, ଚେତେଶ୍ୱର ପୂଜାରାକୁ 2021 ମସିହାରେ ଚେନ୍ନାଇ ସୁପର କିଙ୍ଗ୍ସ 50 ଲକ୍ଷ ମୂଲ୍ୟରେ କିଣିଥିଲା। କିନ୍ତୁ କିଛି ବି ଦଳ ପାଇଁ ଫାଇଦା ହୋଇନଥିଲା। ତେବେ ଏହି କିମ୍ବଦନ୍ତୀ ଟେଷ୍ଟ ଖେଳାଳି ବିସିସିଆଇ ଠାରୁ ବାର୍ଷିକ 5 କୋଟି ଆୟ କରନ୍ତି। 

ମହମ୍ମଦ ଶାମି :

ଭାରତୀୟ ଦଳର କିମ୍ବଦନ୍ତୀ ଦ୍ରୁତ ବୋଲର ତଥା ସ୍ୱିଙ୍ଗ ବୋଲିଂ ପାଇଁ ପ୍ରସିଦ୍ଧ ମହମ୍ମଦ ଶାମି ବର୍ତ୍ତମାନ ଆଇପିଏଲରେ ପଞ୍ଜାବ କିଙ୍ଗ୍ସର ଫ୍ରଣ୍ଟଲାଇନ ବୋଲର ଅଟନ୍ତି। ମହମ୍ମଦ ଶାମିଙ୍କୁ 2018 ମସିହାରେ ପଞ୍ଜାବ କିଙ୍ଗ୍ସର ଟିମ୍ ମ୍ୟାନେଜମେଣ୍ଟ 4.80 କୋଟି ଟଙ୍କାରେ କିଣିଥିଲେ। କିନ୍ତୁ ବିସିସିଆଇ ପ୍ରତିବର୍ଷ ମହମ୍ମଦ ଶାମିଙ୍କୁ 5 କୋଟି ଟଙ୍କା ଦେଇଥାଏ। ଭାରତୀୟ ଦଳର ଅଗ୍ରଣୀ ବୋଲରମାନଙ୍କ ମଧ୍ୟରୁ ମହମ୍ମଦ ଶାମି ଅନ୍ୟତମ।

ଇଶାନ୍ତ ଶର୍ମା :

ଇଶାନ୍ତ ଶର୍ମା ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳର ଅଗ୍ରଣୀ ବୋଲରମାନଙ୍କ ମଧ୍ୟରୁ ଜଣେ। 2007 ମସିହାରେ ଭାରତୀୟ କ୍ରିକେଟ୍ ଦଳରେ ଇଶାନ୍ତ ଶର୍ମା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଭାରତୀୟ ଦଳ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିଥିବା ଇଶାନ୍ତ ଶର୍ମା ଟେଷ୍ଟ କ୍ରିକେଟରେ 300 ରୁ ଅଧିକ ୱିକେଟ୍ ନେଇଛନ୍ତି। ଇଶାନ୍ତ ଶର୍ମା ଆଇପିଏଲରେ ଦିଲ୍ଲୀ ଦଳ ସହ ଖେଳନ୍ତି। ଦିଲ୍ଲୀ ରାଜଧାନୀର ଟିମ୍ ମ୍ୟାନେଜମେଣ୍ଟ ଇଶାନ୍ତ ଶର୍ମାଙ୍କୁ 1କୋଟି ଟଙ୍କା ଦେଇଥିବାବେଳେ ବିସିସିଆଇ ଇଶାନ୍ତ ଶର୍ମାଙ୍କୁ ବାର୍ଷିକ 5 କୋଟି ଟଙ୍କା ପ୍ରଦାନ କରୁଛି।

ମୟଙ୍କ ଅଗ୍ରୱାଲ :

ଏହି ତାଲିକାରେ ଚତୁର୍ଥ ନମ୍ବରରେ ଆମେ ଭାରତୀୟ ଟେଷ୍ଟ ଦଳରେ ଓପନର୍ ଭାବରେ ଖେଳୁଥିବା ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କ ନାମ ରଖିଛୁ। ଅଗ୍ରୱାଲ ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ଦଳ ସହିତ ଖେଳନ୍ତି।  ପଞ୍ଜାବ କିଙ୍ଗ୍ସ ଅଗ୍ରୱାଲଙ୍କୁ ପ୍ରତିବର୍ଷ 1 କୋଟି ଟଙ୍କା ଦେଇଥାଏ। ଯେତେବେଳେ କି ବିସିସିଆଇ ଅଗ୍ରୱାଲଙ୍କୁ ପ୍ରତିବର୍ଷ 3 କୋଟି ଟଙ୍କା ଦେଇଥାଏ।

ରିଦ୍ଧିମାନ ସାହା :

ଭାରତୀୟ ଟେଷ୍ଟ ଦଳରେ ୱିକେଟ୍ ରକ୍ଷକ ଦାୟିତ୍ୱ ତୁଲାଇଥିବା ରିଦ୍ଧିମାନ ସାହା ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଦଳ ସହିତ ଖେଳନ୍ତି।  ରିଦ୍ଧିମାନ ସାହା 2018 ରେ ଏକ କୋଟି ୨୦ ଲକ୍ଷ ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ ଦଳ ପରିଚାଳନା ଦ୍ୱାରା କିଣାଯାଇଥିଲେ। ଯେତେବେଳେ କି ବିସିସିଆଇ ରିଦ୍ଧିମାନ ସାହାଙ୍କୁ ପ୍ରତିବର୍ଷ 3 କୋଟି ଟଙ୍କା ଦେଇଥାଏ।

ଉମେଶ ଯାଦବ:

ଉମେଶ ଯାଦବ ବର୍ତ୍ତମାନ ଭାରତୀୟ ଦଳ ପାଇଁ କେବଳ ଟେଷ୍ଟ କ୍ରିକେଟ୍ ଖେଳୁଛନ୍ତି, ଏହି ତାଲିକାରେ ଷଷ୍ଠ ସ୍ଥାନରେ ସେ ଅଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦଳ ସହିତ ଉମେଶ ଯାଦବ ଆଇପିଏଲରେ ଖେଳନ୍ତି। ଆରସିବିର ଟିମ୍ ମ୍ୟାନେଜମେଣ୍ଟ ଉମେଶ ଯାଦବଙ୍କୁ ପ୍ରତିବର୍ଷ 1କୋଟି ଟଙ୍କା ଦେଇଥାଏ। ତେବେ ବିସିସିଆଇ ଉମେଶ ଯାଦବଙ୍କୁ ପ୍ରତିବର୍ଷ 3 କୋଟି ଟଙ୍କା ଦେଇଥାଏ।

ଶାର୍ଦ୍ଦୁଲ ଠାକୁର :

ଭାରତୀୟ ଦଳରେ ଅଲରାଉଣ୍ଡର ଭାବରେ ଖେଳୁଥିବା ଶାର୍ଦ୍ଦୁଲ ଠାକୁର ବର୍ତ୍ତମାନ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ ବୋଲର ଅଟନ୍ତି। ଶାର୍ଦ୍ଦୁଲ ଠାକୁର ଜଣେ ମଧ୍ୟମ ପେସର୍ ବୋଲର। ଚେନ୍ନାଇ ସୁପର କିଙ୍ଗ୍ସର ଦଳ ପରିଚାଳନା ଆଇପିଏଲରେ ଶାର୍ଦ୍ଦୁଲ ଠାକୁରଙ୍କୁ ଦୁଇ କୋଟି 60 ଲକ୍ଷ ଦେଇଥାଏ। ଯେତେବେଳେ କି ବିସିସିଆଇ ଶାର୍ଦ୍ଦୁଲ ଠାକୁରଙ୍କୁ ପ୍ରତିବର୍ଷ 3 କୋଟି ଟଙ୍କା ଦେଇଥାଏ।

ଦୀପକ ଚହର:

ଖୁବ୍ କମ୍ ସମୟ ମଧ୍ୟରେ ବିଶ୍ୱ କ୍ରିକେଟରେ ନିଜର ନାମ ଅର୍ଜନ କରିଥିବା ଦୀପକ ଚହର ଆଇପିଏଲ୍ ରେ ଚେନ୍ନାଇ ସୁପର କିଙ୍ଗ ପାଇଁ ଖେଳନ୍ତି। ଚେନ୍ନାଇ ସୁପର କିଙ୍ଗର ଦଳ ପରିଚାଳନା ଦୀପକ ଚହରଙ୍କୁ 80 ଲକ୍ଷ ଟଙ୍କା ଦେଇଥାଏ। ଯେତେବେଳେ ବିସିସିଆଇ ଦୀପକ ଚହରଙ୍କୁ ବାର୍ଷିକ 1 କୋଟି ଦେଇଥାଏ।