IPL 2022: ପ୍ଲେ-ଅଫ ପରେ ଅରେଞ୍ଜ କ୍ୟାପ ଏବଂ ପର୍ପଲ କ୍ୟାପ ତାଲିକାରେ ହୋଇଛି ବଡ଼ ପରିବର୍ତ୍ତନ, ଦେଖନ୍ତୁ ଲିଷ୍ଟ

 
orange and purple cap in ipl 2022

କ୍ରିକେଟ ଖବର : ଚଳିତବର୍ଷର ଆଇପିଏଲ ସିଜିନ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ଗତକାଲି ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ତାଲିକାରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। କ୍ୱାଲିଫାୟର-୨ ମୁକାବିଲାରେ ଜୋସ ବଟଲର ୧୦୬ ରନର ଏକ ଶତକୀୟ ପାଳି ଖେଳିଛନ୍ତି ।

ରାଜସ୍ଥାନ ରୟାଲସ ଖେଳାଳି ଜୋସ ବଟଲର ଅରେଞ୍ଜ କ୍ୟାପ ତାଲିକାରେ ଏବେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଜୋସ ବଟଲର ୧୬ ଟି ମ୍ୟାଚରେ ୭୮୮ ରନ୍ ସଂଗ୍ରହ କରିଛନ୍ତି।

orange cap

ଆଇପିଏଲ ୨୦୨୨ର ଆରେଞ୍ଜ କ୍ୟାପର ତାଲିକାରେ ଦ୍ୱିତୀୟ ସ୍ଥାନରେ ଲକ୍ଷ୍ନୌ ସୁପର ଜାଏଣ୍ଟସର କ୍ୟାପ୍ଟେନ କେ. ଏଲ ରାହୁଲ ରହିଛନ୍ତି। ରାହୁଲ ୧୫ଟି ମ୍ୟାଚରେ ୬୧୬ ରନ୍ ସଂଗ୍ରହ କରିଛନ୍ତି। ସେହିପରି ତାଲିକାର ତୃତୀୟ ସ୍ଥାନରେ ଲକ୍ଷ୍ନୌ ସୁପରଜାଏଣ୍ଟସର ବ୍ୟାଟ୍ସମ୍ୟାନ୍ ଡି କକ ରହିଛନ୍ତି ।

ସେହିପରି ୱାନିନ୍ଦୁ ହସରଂଗା ପର୍ପଲ କ୍ୟାପ ତାଲିକାରେ ଶୀର୍ଷସ୍ଥାନକୁ ଆସିଛନ୍ତି। ସେ ୧୬ଟି ମ୍ୟାଚରେ ୭.୫୪ ହାରରେ ବୋଲିଂ କରି ୨୬ଟି ୱିକେଟ୍ ଅକ୍ତିଆର କରିଛନ୍ତି।ଦ୍ୱିତୀୟରେ ରହିଛନ୍ତି ଚହଲ। ସେ ମଧ୍ୟ ୨୬ଟି ୱିକେଟ୍ ନେଇଛନ୍ତି। ତୃତୀୟରେ ୨୩ଟି ୱିକେଟ୍ ସହିତ ପଞ୍ଜାବ କିଙ୍ଗସର କଗିସୋ ରାବାଡ଼ା, ୪ର୍ଥ ଉମରାନ ମଲିକ, ୫ମରେ କୁଲଦୀପ ଯାଦବ ରହିଛନ୍ତି।