ପଞ୍ଜାବ କିଙ୍ଗ୍ସରେ ଶିଖର ଧାୱନ ହେଲେ ଅଧିନାୟକ, ମୟଙ୍କ ଅଗ୍ରୱାଲଙ୍କ ହେଲା ଛୁଟି, ପଢନ୍ତୁ ରିପୋର୍ଟ
Apr 19, 2022, 13:00 IST

କ୍ରିକେଟ୍ ଖବର: ଏପ୍ରିଲ ୧୭ ତାରିଖ ରବିବାର ଦିନ ହୋଇଥିଲା ଇଣ୍ଡିଆନ ପ୍ରିମିୟର ଲିଗରେ ଦୁଇଟି ମ୍ୟାଚ। ଏହି ଦୁଇଟି ମ୍ୟାଚ ମଧ୍ୟରୁ ଗୋଟିଏ ମ୍ୟାଚରେ ପଞ୍ଜାବ କିଙ୍ଗସ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଥିଲା। ପଞ୍ଜାବ କିଙ୍ଗ୍ସ ଚଳିତ ସିଜନରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛି।
ତେବେ ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ପଞ୍ଜାବ ଦଳକୁ ଏକ ବଡ଼ ଝଟକା ଲାଗିଥିଲା। ପଞ୍ଜାବ କିଙ୍ଗସ ଦଳର ଅଧିନାୟକ ମୟଙ୍କ ଅଗ୍ରୱାଲ ଏହି ମ୍ୟାଚରେ ଖେଳି ନ ଥିଲେ। ଆଉ ଶିଖର ଧାୱନ ଦଳର ନେତୃତ୍ୱ ନେଇଥିଲେ।
ବାସ୍ତବରେ ମୟଙ୍କ ଅଗ୍ରୱାଲଙ୍କ ଆଙ୍ଗୁଠିରେ ଆଘାତ ଯୋଗୁଁ ସେ ଏହି ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇ ନ ଥିଲେ। କିନ୍ତୁ ପରବର୍ତ୍ତୀ ମ୍ୟାଚରେ ସେ ଭାଗ ନେବେ ବୋଲି ଜଣାପଡିଛି। ଆଇପିଏଲର ଏହି ସିଜନରେ ଶିଖର ଭଲ ପ୍ରଦର୍ଶନ କରିଛନ୍ତି।