SRH vs GT: ପାଣ୍ଡ୍ୟାଙ୍କ ନାମରେ ତିଆରି ହେଲା ଏହି ଲଜ୍ଜାଜନକ ରେକର୍ଡ, ମ୍ୟାଚ ରେ ତିଆରି ହେଲା ଏହିସବୁ ଅଜବ ରେକର୍ଡ

 
srh vs gt records

କ୍ରିକେଟ୍ ଖବର : ଆଇପିଏଲ ୨୦୨୨ର ୨୧ ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ନଭି ମୁମ୍ବାଇର ଡିଭାଇ ପାଟିଲ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା। ଏହି ମୁକାବିଲାରେ ହାଇଦ୍ରାବାଦ ଦଳର କ୍ୟାପ୍ଟେନ କେନ ଉଇଲିୟମସନ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ।ପ୍ରଥମ ବ୍ୟାଟିଂ କରିଥିବା ଗୁଜୁରାଟ ଟାଇଟନ୍ସ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୬୨ ରନ୍ ସଂଗ୍ରହ କରିଥିଲେ । 

ଏହାର ଜବାବରେ ହାଇଦ୍ରାବାଦ ଶେଷ ୫ଟି ବଲ ଥାଇ ୮ ଉଇକେଟ ହରାଇ ବିଜୟ ହାସଲ କରିଥିଲା। ଆଇପିଏଲର ୧୫ତମ ସିଜିନରେ ପ୍ରଥମ ଓଭରରେ ସବୁଠାରୁ ଅଧିକ ରନ୍ କରିଥିବା ରେକର୍ଡ ଗୁଜୁରାଟ ଟାଇଣ୍ଟସଙ୍କ ଟିମଙ୍କ ନାମରେ ରହିଛି।

srh vs gt

ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଏହି ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ କରି ଏକ ରେକର୍ଡ ନିଜ ନାମରେ କରିଥିଲେ । ଆଇପିଏଲ ଇତିହାସରେ ହାର୍ଦ୍ଦିକ ପାଣ୍ଡ୍ୟା ସବୁଠାରୁ ଧୀମା ଭାବେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। 

ଆଇପିଏଲର ଏହି ସିଜିନରେ ହାଇଦ୍ରାବାଦ ଏକମାତ୍ର ଟିମ ଯାହାରଫିଲ୍ଡର୍ସ ଯେକୌଣସି ବ୍ୟାଟସମ୍ୟାନଙ୍କୁ ୩ଥର କ୍ୟାଚ ଡ୍ରପଆଉଟ କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ୮ ୱିକେଟରେ ହାରିଥିବା ଗୁଜୁରାଟ ଦଳ ଏହି ସିଜିନରେ ପ୍ରଥମ ଥର ପରାଜୟ ହୋଇଛି । ଏହି ସିଜନରେ ଲଗାତାର ୩ଥର ଜିତିବା ପରେ ଗୁଜୁରାଟ ଟିମ୍ ହାରିଛି। 

ଗୁଜୁରାଟର କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ହାଇଦ୍ରାବାଦ ବିପକ୍ଷରେ ନିଜର ମ୍ୟାଚ ସମୟରେ ଗୋଟିଏ ଛକା ମାରି ଆଇପିଏଲରେ ସବୁଠାରୁ ଦ୍ରୁତ ୧୦୦ ଛକା ମାରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି ।