IPL 2022 ରେ ଖରାପ ପଦର୍ଶନ ପରେ ଆଗାମୀ IPL ରେ ଚେନ୍ନାଇର ପ୍ରଥମ ବିଦେଶୀ କ୍ୟାପ୍ଟେନ ହୋଇପାରନ୍ତି ଏହି 4 ଖେଳାଳି

 
dhoni and kane

କ୍ରିକେଟ ଖବର : ଆଇପିଏଲ ୨୦୨୨ରେ ୬୦ରୁ ଅଧିକ ମ୍ୟାଚ ଖେଳା ସରିଛି। ଏହା ଚେନ୍ନାଇ ସୁପରକିଙ୍ଗସ ପାଇଁ ଆଇପିଏଲ ଇତିହାସର ସବୁଠାରୁ ନିରାଶଜନକ ସିଜିନ୍ ରହିଛି। ୪ଥର ଚାମ୍ପିଅନ୍ସ ହୋଇଥିବା ଟିମ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସିଜିନରେ ୧୩ଟି ମ୍ୟାଚ ଖେଳିସାରିଛି। ଯେଉଁଥିରେ ଟିମ ୪ଟି ମ୍ୟାଚ ଜିତିଥିବାବେଳେ ୯ଟି ହାରିଛି। ସିଏସକେ ଆଇପିଏଲ ୨୦୨୩ରେ ଜଣେ ବିଦେଶୀ କ୍ୟାପ୍ଟେନଙ୍କୁ ଆଣିବାର ପ୍ରୟାସ କରିପାରେ ବୋଲି କୁହାଯାଉଛି।

ଚେନ୍ନାଇ ନୂତନ ଅଧିନାୟକ ରବିନ୍ଦ୍ର ଜାଡେଜାଙ୍କ ସହ ଏହି ସିଜନ ଆରମ୍ଭ କରିଥିଲା। ଅବଶ୍ୟ, ମଧ୍ୟଭାଗରେ ନିଜେ ଖରାପ ପ୍ରଦର୍ଶନ ହେତୁ ଜାଡେଜା ପୁନର୍ବାର ଧୋନିଙ୍କୁ ଅଧିନାୟକତ୍ୱ ପ୍ରଦାନ କରିଥିଲେ। ତେବେ ଯେହେତୁ ଧୋନିଙ୍କର କ୍ରିକେଟ୍ କ୍ୟାରିୟର ଶେଷ ପର୍ଯ୍ୟାୟରେ ରହିଛି, ତେଣୁ ସିଏସକେ ଦଳ ଏହି ଚାରି ଜଣ ବିଦେଶୀ ଖେଳାଳିଙ୍କୁ ଆଇପିଏଲ୍ ୨୦୨୩ ରେ କିଣିପାରେ। ଏହା ସହିତ ସେମାନଙ୍କ ମଧ୍ୟରୁ କାହାକୁ ବି ଅଧିନାୟକ ପଦ ପ୍ରଦାନ କରିବ ବୋଲି ଆଲୋଚନା ହେଉଛି। 

୧) କେନ ୱିଲିୟମସନ : 

Bhubhaneswar and kene

ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ୨୦୨୨ମେଗା ଅକ୍ସନ ପୂର୍ବରୁ କେନ ୱିଲିୟମସନଙ୍କୁ ୧୪ କୋଟି ଟଙ୍କାରେ ରିଟେନ କରିଥିଲେ । କିନ୍ତୂୁ କେନ ନିଜର ପ୍ରାଇସ ମୁତାବକ ପ୍ରଦର୍ଶନ କରିବାରେ ବିଫଳ ରହିଛନ୍ତି । ଯଦି ହାଇଦ୍ରାବାଦ ପ୍ଲେଅଫ ପାଇଁ କ୍ୱାଲିଫାଇ ନ କରିପାରେ ତେବେ ୱିଲିୟମସନଙ୍କୁ ରିଲିଜ କରିବ ହାଇଦ୍ରାବାଦ ଫ୍ରାଞ୍ଚାଇଜ୍ ଆଉ ତାଙ୍କୁ ଶସ୍ତା ବଜେଟରେ ଚେନ୍ନାଇ କିଣିପାରେ ବୋଲି କୁହାଯାଉଛି ।

୨) ବେନ ଷ୍ଟୋକସ : 

ଇଂଲଣ୍ଡର ନୂଆ ଟେଷ୍ଟ କ୍ୟାପ୍ଟେନ ବେନ ଷ୍ଟୋକସ ଅତୀତରେ ଧୋନିଙ୍କ ସହିତ ଖେଳିସାରିଛନ୍ତି । ଯଦି ସେ ଆଇପିଏଲ ୨୦୨୩ ଖେଳନ୍ତି ତେବେ ସିଏସକେର କ୍ୟାପ୍ଟେନ ହେବା ପାଇଁ ଜଣେ ଭଲ ବିକଳ୍ପ ହୋଇପାରିବେ।

୩) ଜୋ ରୁଟସ :

ତାଲିକାରେ ଆଉ ଜଣେ ଇଂଲଣ୍ଡ ଖେଳାଳି ମଧ୍ୟ ରହିଛନ୍ତି। ଚେନ୍ନାଇର କ୍ୟାପ୍ଟେନ ବିକଳ୍ପ ଭାବେ ଜୋରୁଟ୍‌ଙ୍କୁ ମଧ୍ୟ ଚୟନ କରାଯାଇପାରେ । ରୁଟ୍ ଭାରତୀୟ ପଡ଼ିଆର ପରିସ୍ଥିତିରେ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି ।

୪) ଟେମ୍ବା ବାବୁମା :

ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନ ଟେମ୍ବା ବାବୁମା ନିଜ ଅଧିନାୟକତ୍ୱରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଯେଉଁଥି ପାଇଁ ସିଏସକେ ତାଙ୍କୁ ଆସନ୍ତା ବର୍ଷ ମେଗା ନିଲାମରେ କିଣିବା ପାଇଁ ଚେଷ୍ଟା କରିବ। ଆଉ ଟେମ୍ବାଙ୍କୁ କିଣିଲେ ଚେନ୍ନାଇ ଧୋନିଙ୍କ ବଦଳରେ ତାଙ୍କୁ ଅଧିନାୟକ ପଦ ଦେବ।