ଦିଲ୍ଲୀର ଷ୍ଟାର ଓପନର୍ ପୃଥୀ ଶ'ଙ୍କୁ ନେଇ ଆସିଲା ବଡ଼ ଖବର, ଏହି କାରଣରୁ ହୋଇଛନ୍ତି ହସ୍ପିଟାଲ ରେ ଭର୍ତି, ପଢନ୍ତୁ ରିପୋର୍ଟ

 

କ୍ରିକେଟ ଖବର : ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଗତକାଲି ଆଇପିଏଲ୍ 2022 ସିଜନରେ ଏକ ରୋମାଞ୍ଚଭରା ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଚେନ୍ନାଇ ୯୧ ରନରେ ବିଜୟ ହାସଲ କରିଥିଲା।

ତେବେ ଏହି ମ୍ୟାଚ୍ ପୂର୍ବରୁ ଦିଲ୍ଲୀ କ୍ୟାମ୍ପ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଥିଲା। ଖବରଟି ଏହା ଯେ, ଦିଲ୍ଲୀ ଦଳର ତାରକା ଓପନର୍ ପୃଥୀ ଶ'ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ ଏବଂ ଜ୍ୱର ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ଫୋଟ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ।

ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଥିଲେ:

ପୃଥୀ ଶ' ତାଙ୍କ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଷ୍ଟୋରୀରେ ହସ୍ପିଟାଲ ବେଡ଼ରେ ଥିବାର ଏକ ଫୋଟ ଚିତ୍ର ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ 'ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ ଜ୍ୱରରୁ ଶୀଘ୍ର ସୁସ୍ଥ ହେଉଛି। ଆପଣମାନଙ୍କର ପ୍ରାର୍ଥନା ପାଇଁ ଧନ୍ୟବାଦ। ଅତିଶ୍ରୀଘ ମୁଁ ମଇଦାନକୁ ଫେରିବି।

ଏହି ସିଜନରେ ଦିଲ୍ଲୀର ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରୁ ପୃଥୀ ଶ' ଅନ୍ୟତମ।  ସେ ଏହି ସିଜନରେ ନଅଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ମୋଟ ୨୫୯ ରନ୍ ସ୍କୋର କରିଛନ୍ତି। ଏହିରେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।