ଦୀପକ ଚହର IPL 2022 ରୁ ବାହାର ହେବା ପରେ ଏବେ CSK ସୁରେଶ ରାଇନାଙ୍କୁ ଦଳରେ କରିବ ସାମିଲ! ପଢନ୍ତୁ ରିପୋର୍ଟ

 

କ୍ରିକେଟ୍ ଖବର : ଚେନ୍ନାଇ ସୁପରକିଙ୍ଗସରେ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ହେବା ପରି ମନେ ହେଉଛି । ଦିପକ ଚହର୍ ଚଳିତ ସିଜନର ସମଗ୍ର ଆଇପିଏଲରୁ ବାଦ୍ ହେବା ପରେ ତାଙ୍କ ସ୍ଥାନରେ ରାଇନାଙ୍କୁ ସାମିଲ କରାଯିବା ପାଇଁ ଆଲୋଚନା ହେଉଛି। ମିଳିଥିବା ସୂଚନାନୁଯାୟୀ ଏ ନେଇ ରାଇନାଙ୍କ ସହିତ କଥାବାର୍ତ୍ତ ଚାଲିଛି । କିନ୍ତୁ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । 

ଚଳିତ ସିଜନରେ ରାଇନାଙ୍କୁ ଆଇପିଏଲରେ କେହି ବି  କିଣିନଥିଲେ । ଚେନ୍ନାଇ ବି ତାଙ୍କୁ ନିଜ ଦଳରେ ରିଟେନ କରିନଥିଲେ । ଚଳିତବର୍ଷର ମେଗା ଆକ୍ସନରେ ତାଙ୍କର ବେସ୍ ପ୍ରାଇସ ୨ କୋଟି ଟଙ୍କା ରହିଥିଲା । ଚେନ୍ନାଇ ସୁପରକିଙ୍ଗସର ସୂଚନାନୁଯାୟୀ ଆଇପିଏଲର କମେଣ୍ଟ୍ରି କରୁଥିବା ସୁରେଶ ରାଇନାକୁ  ସିଏସକେ ପୁଣିଥରେ ନିଜ ସହିତ ସାମିଲ କରିପାରେ ।

ଦେଖିବାକୁ ଗଲେ ଅମ୍ବାତି ରାଇଡ଼ୁଙ୍କ ପ୍ରଦର୍ଶନ ଏହି ସିଜିନରେ ଭଲ ରହିନି, ରାଇଡ଼ୁ ଏପର୍ଯ୍ୟନ୍ତ  ୫ଟି ମ୍ୟାଚରେ ଏପର୍ଯ୍ୟନ୍ତ ଗୋଟିଏ ବି ଆଖି ଦୃଷ୍ଟିଆ ଖେଳ ପ୍ରଦର୍ଶନ ହାସଲ କରିପାରିନାହାନ୍ତି। ସେପଟେ ଆହତ ଯୋଗୁଁ ଦୀପକ ଚହର ପ୍ରାରମ୍ଭିକ ମ୍ୟାଚ ଖେଳିପାରିନଥିଲେ । ତେଣୁ ତାଙ୍କ ସ୍ଥାନରେ ସୁରେଶ ରାଇନା ଆଇପିଏଲରେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି କୁହାଯାଉଛି। ଯାହାକି ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି।