ରିୟାନଙ୍କ ସହ ଝଗଡ଼ା ପରେ ମୁହଁ ଖୋଲିଲେ ଷ୍ଟାର୍ ବୋଲର୍ ହର୍ଷଲ୍, କହିଲେ- ରିୟାନ ବଳ ପୂର୍ବକ ଆମ୍ନାସାମ୍ନା ହୋଇଥିଲେ ଏବଂ...

 

କ୍ରିକେଟ ଖବର: ସୋସିଆଲ୍ ମିଡ଼ିଆରେ ବର୍ତ୍ତମାନ ଆଲୋଚନାର ପ୍ରସଙ୍ଗ ସାଜିଛି ରିୟାନ ଆଉ ଷ୍ଟାର୍ ବୋଲର୍ ହର୍ଷଲ ପଟେଲଙ୍କ ଝଗଡ଼ା କଥା। କ୍ରିକେଟ ମହଲରେ ଏହି ଦୁଇ ଖେଳାଳିଙ୍କର ମଇଦାନ ଉପରେ ଏଭଳି ମନୋଭାବକୁ ତ୍ରିବ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କ୍ରିକେଟ ପ୍ରସଂଶକ। 

ମ୍ୟାଚ ସରିବା ପରେ ବି ଏହି ଦୁଇ ଖେଳାଳି ହାତ ମିଶଇଲେ ନାହିଁ । ତେବେ ଏହି ଘଟଣାକୁ ନେଇ ରିୟାନ ନିଜର ମତ ଦେଇଥିବା ବେଳେ , ବର୍ତ୍ତମାନ RCB ଦଳର ଷ୍ଟାର୍ ବୋଲର୍ ହର୍ଷଲ୍ ନିଜର ମନ୍ତବ୍ୟ ପ୍ରଦାନ କରିଛନ୍ତି। ତେବେ ନିଜ ମନ୍ତବ୍ୟରେ ପରାଗ କହିଥିଲେ ଯେ, କ୍ରିକେଟ ଖେଳରେ ଏହିସବୁ ଘଟଣା ଘଟେ। ଏହାକୁ ଭୁଲି ଆଗକୁ ବଢ଼ିବା ଦରକାର। 

ଘଟଣା ବିଷୟରେ ହର୍ଷଲ ପଟେଲ କହିଛନ୍ତି ଯେ:-

ଆମେ ଯେତେବେଳେ ଡ୍ରେସିଂ ରୁମ ଆଡ଼କୁ ବଢୁଥିଲୁ ସେତେବେଳେ ରିୟାନ ଓ ମୋ ମଧ୍ୟରେ କଥା କଟାକଟି ଅଧିକ ହୋଇଯାଇଥିଲା । ଯେତେବେଳେ ରିୟାନ ବଳ ପୂର୍ବକ ଆମ୍ନାସାମ୍ନା ହୋଇଥିଲେ ତେଣୁ ଏଭଳି ପରିସ୍ଥିତି ଉପୁଜିଥିଲା । ରିୟାନଙ୍କ କଥାର ମୁଁ ଜବାବ ରଖୁଥିଲି । ହିଟ ମୁମେଣ୍ଟରେ ଏଭଳି ଘଟଣା ଘଟିଥାଏ । ଆମେ ଦୁହେଁ ଏସବୁକୁ ଭୂଲି ଆଗକୁ ବଢିବାକୁ ଚାହୁଁଛୁ । ଆଉ ଏହା ମଧ୍ୟ ମୁଁ କହିବାକୁ ଚାହୁଁଛି ଏହି ମ୍ୟାଚରେ ରିୟାନ ମଧ୍ୟ ଶାନଦାର ଖେଳ ଖେଳିଛନ୍ତି।