ରାଜସ୍ଥାନ କୁ ହରାଇବା ପରେ ଶ୍ରେୟସ୍ ଆୟର ଦେଲେ ବଡ଼ ବୟାନ, କହିଲେ "ଏହି ଖେଳାଳି ଭବିଷ୍ୟତରେ ଜଣେ ବଡ ଖେଳାଳି ହେବେ"

 

କ୍ରିକେଟ ଖବର: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ 2 ମଇ ରାତିରେ ଲିଗର 47 ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ସିଜନର ଚତୁର୍ଥ ବିଜୟ ହାସଲ କରିଛି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ କୋଲକାତା ଅଧିନାୟକ ଶ୍ରେୟାସ ଆୟର ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। 

ତେବେ ରାଜସ୍ଥାନ 4 ୱିକେଟ୍ ହରାଇ 152 ରନ୍ ହାସଲ କରିଥିଲା। 153 ରନର ଲକ୍ଷ୍ୟକୁ ହାସଲ କରିବା ପାଇଁ ପିଛା କରି ଦଳ ମାତ୍ର 19.1 ଓଭରରେ 3 ୱକେଟ୍ ହରାଇ ଏହି ବିଜୟ ହାସଲ କରିନେଲା। ତେବେ ମ୍ୟାଚ ପରେ ଶ୍ରେୟାସ ଆୟର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଆଇପିଏଲ 2022 ଆରମ୍ଭ ହେବା ପରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମ 4ଟି ମ୍ୟାଚ ଭଲ ଖେଳିଥିଲା। କିନ୍ତୁ ପରବର୍ତ୍ତୀ 5 ଟି କ୍ରମାଗତ ହାରିବା ପରେ ଗତକାଲି ପୁଣି ବିଜୟ ପଥକୁ ଫେରିଛି ଦଳ। ବର୍ତ୍ତମାନ କେକେଆର୍ ପ୍ଲେ ଅଫ୍ ଯିବାକୁ ଆହୁରି ଆଶା ଦୃଢ଼ କରିଛି। ରାଜସ୍ଥାନ ବିପକ୍ଷରେ ବିଜୟ ପରେ ଶ୍ରେୟସ୍ ଆୟର ଜଣେ ଖେଳାଳିଙ୍କୁ ବହୁତ ପ୍ରସଂଶା କରିଛନ୍ତି। ଆଉ ସେହି ଖେଳାଳି ହେଲେ ଗତକାଲି ମ୍ୟାଚର ହିରୋ ରିଙ୍କୁ ସିଂ। କାରଣ ରିଙ୍କୁ ସିଂ ଗତକାଲିର ମ୍ୟାଚରେ 23 ଟି ବଲ୍ ଖେଳି ଧୂଆଁଧାର ଢଙ୍ଗରେ 42 ରନ ସଂଗ୍ରହ କରିଥିଲେ। ଏହି 42 ରନରେ ସେ 6ଟି ଚୌକା ମାରିଥିବା ବେଳେ ଗୋଟିଏ ଛକା ମଧ୍ୟ ମାରିଛନ୍ତି।

ତେବେ ରିଙ୍କୁ ସିଂଙ୍କ ବିଷୟରେ ଶ୍ରେୟସ୍ ଆୟର କହିଛନ୍ତି, ରିଙ୍କୁ ସିଂ ବହୁତ ଶାନ୍ତ। ଭବିଷ୍ୟତରେ ସେ ଫ୍ରାଞ୍ଚାଇଜ୍ ପାଇଁ ଏକ ବଡ଼ ଖେଳାଳି ହେବେ। ସେ ଯେଉଁଭଳି ଭାବରେ ଡେବ୍ୟୁ କରିଛନ୍ତି, ସେ ଜଣେ ନୂତନ ଖେଳାଳି ପରି ଦେଖାଯାଉନାହାଁନ୍ତି। ସେ ଆଗକୁ ମଧ୍ୟ ଭଲ ଖେଳିବେ। ଆଉ ଦଳକୁ ଏଭଳି ବିଜୟ ପ୍ରଦାନ କରିବେ ବୋଲି ମୋର ଆଶା ଆଉ ବିଶ୍ୱାସ ରହିଛି ତାଙ୍କ ଉପରେ।