ଇତିହାସ ରଚିଲେ ଶିଖର୍ ଧାୱନ, ଚେନ୍ନାଇ ବିପକ୍ଷ ମ୍ୟାଚରେ ରୋହିତଙ୍କୁ ପଛରେ ପକାଇ କଲେ ଏହି ବଡ଼ ରେକର୍ଡ

 

କ୍ରିକେଟ ଖବର: ପଞ୍ଜାବ କିଙ୍ଗସର ଓପନିଂ ବ୍ୟାଟସମ୍ୟାନ ଶିଖର୍ ଧାୱନ ସୋମବାର ଚେନ୍ନାଇ ସୁପରକିଙ୍ଗସ ବିପକ୍ଷ ମୁକାବିଲାରେ ୨ ଟି ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ଧାୱନ ୫୯ ବଲରେ ୯ଟି ଚୌକା ଓ ୨ଟି ଛକା ସହାୟତାରେ ୮୮ ରନର ଏକ ପାରି ଖେଳି ନଟଆଉଟ ରହିଥିଲେ । ଧାୱନ ଟି-୨୦ କ୍ରିକେଟରେ ନିଜର ୨୦୦୦ ରନ ପୂରା କରିସାରିଛନ୍ତି ଓ ଏହି ସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ କ୍ରିକେଟର । 

ଧାୱନ ମହିସ ଥିକ୍ଷାମାଙ୍କ ଦ୍ୱାରା ପକାଯାଇଥିବା ୬ଷ୍ଠ ଓଭରରେ ଦ୍ୱିତୀୟ ବଲରେ ଛକା ମାରିବା ପରେ ଏହି ରେକର୍ଡରେ ପହଁଚିଥିଲେ । ଭାରତ ପାଇଁ ଟି -୨୦ କ୍ରିକେଟରେ ବିରାଟ କୋହଲି ୧୦,୩୯୨ ରନ ଓ ରୋହିତ ଶର୍ମା ୧୦,୦୪୮ ରନ୍ ସଂଗ୍ରହ କରିଛନ୍ତି । ନିଜର ପାଳିରେ ଦ୍ୱିତୀୟ ରନ୍ କରିବା କ୍ଷଣି ଧାୱନ ଆଇପିଏଲରେ ମଧ୍ୟ ୬୦୦୦ ରନ୍ ପୂରଣ କରିଛନ୍ତି ।

ବିରାଟ କୋହଲିଙ୍କ ପରେ ଆଇପିଏଲରେ ୬୦୦୦ ରନର ସଂଖ୍ୟା ଛୁଇଁଥିବା ଦ୍ୱିତୀୟ ଖେଳାଳି ହୋଇଛନ୍ତି ଧାୱନ। ଧାୱନ ୨୦୦ ମ୍ୟାଚ ଖେଳି ଏହି ସଂଖ୍ୟାରେ ପହଂଚିଛନ୍ତି । ଏହାପୂର୍ବରୁ ଏମଏସ ଧୋନୀ, ଦିନେଶ କାର୍ତ୍ତିକ, ରୋହିତ ଶର୍ମା, ବିରାଟ କୋହଲି ରବିନ୍ଦ୍ର ଜାଡ଼େଜା, ସୁରେଶ ରାଇନା ଓ ରବିନ ଉଥପା ପୂର୍ବରୁ ୨୦୦ଟି ମ୍ୟାଚ ଖେଳିସାରିଛନ୍ତି ।