RCB vs LSG: ପରାଜୟ କୁ ସହି ପାରିଲେ ନାହିଁ ଗମ୍ଭୀର, ସିଧା ସିଧା ଏହି ଖେଳାଳିଙ୍କୁ ଦେଲେ ହାରିବାର ଦୋଷ

 
gambhir angry on rahul

କ୍ରିକେଟ ଖବର : ଆଇପିଏଲ 2022 ଅନ୍ତିମ ପର୍ଯ୍ୟାୟରେ ପହଁଚିସାରିଛି। ଗତକାଲି ରାତିରେ କେ.ଏଲ ରାହୁଲଙ୍କ ଟିମ ଲକ୍ଷ୍ନୌ ସୁପର ଜାଏଣ୍ଟସ, RCB ଦଳ ସହିତ ଆଇପିଏଲର ଏଲିମିନେଟର ରାଉଣ୍ଡ ଖେଳିଥିଲେ। ଏହି ମ୍ୟାଚରେ ଆରସିବି ଠାରୁ 14 ରନରେ ହାରିଛି ଲକ୍ଷ୍ନୌ ଦଳ। ଏହି ମ୍ୟାଚ୍ ହାରିବା ପରେ ଲକ୍ଷ୍ନୌ ଦଳର ଚଳିତ ଆଇପିଏଲ୍ ଯାତ୍ରା ସମାପ୍ତ ହୋଇଛି।

ଲକ୍ଷ୍ନୌର କ୍ୟାପ୍ଟେନ ରାହୁଲ 58 ବଲରେ ମାତ୍ର 79 ରନ କରିପାରିଥିଲେ । ଦେଖିବାକୁ ଗଲେ ଏହି ପରାଜୟ ପଛର କାରଣ ବହୁତ ରହିଛି । କିନ୍ତୁ ଲକ୍ଷ୍ନୌ ସୁପରଜାଏଣ୍ଟସର ମେଣ୍ଟର ଗୌତମ ଗମ୍ଭୀରଙ୍କ କହିବାନୁଯାୟୀ ଏହି ପରାଜୟର ମୁଖ୍ୟ କାରଣ କ୍ୟାପ୍ଟେନ ରାହୁଲ ହିଁ ଅଟନ୍ତି ।

ଗୌତମଙ୍କ କହିବାନୁଯାୟୀ ଯେତେବେଳେ ଟିମ ଏକ ବଡ଼ ମ୍ୟାଚ ଖେଳିବାକୁ ଯାଉଛି, ସେତେବେଳେ କ୍ୟାପ୍ଟେନର ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ଅଟେ। କ୍ୟାପ୍ଟେନକୁ ପୂରା ଖେଳରେ ଆଲର୍ଟ ରହିବାର ଅଛି, ଯେଉଁଟା କି ରାହୁଲ କରିନଥିଲେ। ଯେତେବେଳେ ଟିମ ବୋଲିଂ କରୁଥିଲା ସେତେବେଳେ ବହୁ କ୍ୟାଚ ଆମ ଟିମ ଛାଡ଼ିଛି, ଗୋଟିଏ କ୍ୟାଚ ତ ନିଜେ ଅଧିନାୟକ ଛାଡିଥିଲେ । ଯଦି କ୍ୟାପ୍ଟେନ ଏଭଳି ଭୁଲ କରେ ତେବେ ଟିମକୁ ଭୋଗିବାକୁ ପଡ଼ିଥାଏ।

rahul said

ଗମ୍ଭୀରଙ୍କ ଅନୁସାରେ, ରାହୁଲ 79 ରନ କରିବା ପାଇଁ 10 ଓଭର ନେଇଗଲେ। ଯାହାକି ଧିମା ବ୍ୟାଟିଂ ଥିଲା। ବାକି 10 ଓଭରରେ 129 ରନ ଦଳକୁ ସଂଗ୍ରହ କରିବା ପାଇଁ ଥିଲା। ଯାହାକି ସବୁଠାରୁ କଷ୍ଟସାଧ୍ୟ। ଏହିଠାରେ ହିଁ ମ୍ୟାଚ ହାରିଗଲା ଲକ୍ଷ୍ନୌ ଦଳ।