ଦେଖନ୍ତୁ ଭିଡ଼ିଓ: ହଠାତ ପଡିଆ ମଝିରେ ରିୟାନ୍ ପାରାଗ ଏବଂ ହର୍ଷଲଙ୍କ ମଧ୍ୟରେ ହେଲା ବଡ଼ ବିବାଦ, ପିଟାପିଟି ପର୍ଯ୍ୟନ୍ତ ଗଲା କଥା

 

କ୍ରିକେଟ ଖବର: IPL 2022 ରେ, ପ୍ରଶଂସକମାନଙ୍କୁ ପ୍ରତିଦିନ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦଳ ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଏବଂ ଖେଳାଳିମାନେ ମ୍ୟାଚରେ ଧୂଆଁଧାର ଖେଳ ପ୍ରଦର୍ଶନ କରୁଥିବାର ଦେଖାଯାଉଛନ୍ତି। ଏହି ସମୟରେ, ରାଜସ୍ଥାନ ରୟାଲ୍ସ ଏବଂ ଆରସିବି ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଯୁବ ରାଜସ୍ଥାନ ବ୍ୟାଟ୍ସମ୍ୟାନ୍ ରିୟାନ୍ ପାରାଗ ଏବଂ ଆରସିବି ଫାଷ୍ଟ ବୋଲର ହର୍ଷଲ ପଟେଲଙ୍କ ମଧ୍ୟରେ ଏକ ଝଗଡ଼ା ହୋଇଛି। ଆଉ ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। 

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ 20 ଓଭରରେ 144 ରନ୍ ସଂଗ୍ରହ କରିଥିଲା।  ରାଜସ୍ଥାନର ଏହି ଇନିଂସର ରିୟାନ୍ ପାରାଗ୍ 31 ଟି ବଲରୁ ଅପରାଜିତ 56 ରନ୍ ସଂଗ୍ରହ କରିଥିଲେ। ଏଥିସହିତ ରାଜସ୍ଥାନର ଇନିଂସ ଶେଷ ହେବା ପରେ ସେ ଡ୍ରେସିଂ ରୁମକୁ ଯାଉଥିବାବେଳେ ହର୍ଷଲ ପଟେଲଙ୍କ ସହ ମୁହାଁମୁହିଁ ହୋଇଥିଲେ।

ରିୟାନ୍ ପାରାଗ ପଛକୁ ଫେରି ହର୍ଷଲ ପଟେଲଙ୍କୁ କିଛି କହୁଥିବାର ଭିଡ଼ିଓରେ ଦେଖାଯାଉଛି। ଏହାର ଜବାବରେ ହର୍ଷଲ ପଟେଲ ମଧ୍ୟ ନିଜର ରାଗ ହରାଇଥିବାର ନଜର ଆସିଥିଲେ।  ହର୍ଷଲ ପଟେଲ ଏବଂ ରିୟାନ୍ ପାରାଗଙ୍କ ମଧ୍ୟରେ ଥିବା ବିଷୟ ଅତ୍ୟନ୍ତ ସମ୍ବେନ୍ଦନଶୀଳ ବୋଲି ଜଣାପଡିଥିଲା। ପରେ ପରେ ଦୁଇ ଖେଳାଳିଙ୍କ ମଧ୍ୟରେ ଝଗଡ଼ା ଦେଖଜଦେଇଥିଲା। 

ଦେଖନ୍ତୁ ଭିଡ଼ିଓ :