IPL 2022: ମୁମ୍ବାଇର ଲଗାତାର 6 ଟି ପରାଜୟ ପରେ ମୁହଁ ଖୋଲିଲେ ରୋହିତ, ହତାଶ ହୋଇ କହିଲେ ଏମିତି...

 
ipl rohit press

କ୍ରିକେଟ୍ ଖବର : ଚଳିତ ଆଇପିଏଲର ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ କ୍ରମାଗତ ୬ ଟି ମ୍ୟାଚ୍ ହାରିଛି। ଏହି ପରାଜୟକୁ ନେଇ କ୍ୟାପଟେନ ରୋହିତ ଶର୍ମା ଅତ୍ୟନ୍ତ ନିରାଶ ହୋଇଛନ୍ତି। ଦଳର ପରାଜୟର ସମ୍ପୂର୍ଣ୍ଣ ଦାୟିତ୍ଵ ଗ୍ରହଣ କରି ସେ କହିଛନ୍ତି ଯେ ଦଳର ଅଭିଯାନକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ତାଙ୍କୁ କଣ କରିବାକୁ ହେବ ତାହା ସେ ଚିନ୍ତା କରୁଛନ୍ତି।

mi

ଆଇପିଏଲ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି, ଯେତେବେଳେ ମୁମ୍ବାଇର ଦଳ କ୍ରମାଗତ 6 ଟି ମ୍ୟାଚ୍ ହାରିଛି। ଲକ୍ଷ୍ନୌ ସହିତ ପରାଜୟ ପରେ ରୋହିତ ଶର୍ମା କହିଛନ୍ତି- ଯଦି ମୁଁ ଜାଣିପାରୁନାହିଁ କେଉଁଠି ଆମର ଅବହେଳା ରହୁଛି। କ’ଣ ଭୁଲ୍ ହେଉଛି। ମୁଁ ଏହାକୁ ସଂଶୋଧନ କରିବାକୁ ଚେଷ୍ଟା କରୁଚି, କିନ୍ତୁ ଏହି ଚକ୍ର ସମାପ୍ତ ହେଉନାହିଁ। ପ୍ରତ୍ୟେକ ମ୍ୟାଚ୍ ପାଇଁ, ମୁଁ ପୂର୍ବପରି ସମାନ ଭାବରେ ପ୍ରସ୍ତୁତ ହେଉଛି।

ରୋହିତ କହିଛନ୍ତି-

ମୋ ଦଳର ଏହି ପରିସ୍ଥିତି ପାଇଁ ମୁଁ ସମ୍ପୂର୍ଣ୍ଣ ଦାୟିତ୍ଵ ନେଉଛି । ମୁଁ ଆଗାମୀ ମ୍ୟାଚ୍ ବିଷୟରେ ଚିନ୍ତା କରୁଛି । ଆମେ ବିଜୟ ପଥକୁ ଫେରିବାକୁ ଚେଷ୍ଟା କରିବୁ ।