ଧୋନିଙ୍କ ଧୂଆଁଧାର ବ୍ୟାଟିଂ ଦେଖି ତାଯୁବ ହେଲେ ରୋହିତ, ମ୍ୟାଚ ପରେ ତାଙ୍କ ବିଷୟରେ କହିଲେ ଏମିତି

 

କ୍ରିକେଟ୍ ଖବର୍ : IPL ର ଏହି ସିଜନରେ ପାଞ୍ଚ ଥର ଚାମ୍ପିୟନ ଦଳ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଲଜ୍ଜାଜନକ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷ ମ୍ୟାଚ୍ ସହିତ ମୁମ୍ବାଇ ସପ୍ତମ ପରାଜୟର ସମ୍ମୁଖୀନ ହୋଇଛି। ମ୍ୟାଚର ଶେଷ ଓଭରରେ ମହେନ୍ଦ୍ର ସିଂ ଧୋନି ମୁମ୍ବାଇର ହାତରୁ ମ୍ୟାଚ୍ ଛଡାଇ ଆଣିଥିଲେ। 

ଏହି ମ୍ୟାଚ ପରେ ରୋହିତ ଶର୍ମା କହିଛନ୍ତି ଯେ ଶେଷରେ ଏହା ଆମ ପକ୍ଷରୁ ଏକ ବଡ ମ୍ୟାଚ୍ ଥିଲା। ଆମ ବୋଲରମାନେ ଭଲ ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଆପଣ ଜାଣନ୍ତି ଶେଷରେ ମହେନ୍ଦ୍ର ସିଂ ଧୋନି କେତେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଲେ। ସେ ତାଙ୍କ ଦଳକୁ ବିଜୟ ଆଡକୁ ନେଇଗଲେ।

ମୁମ୍ବାଇ ଇଣ୍ଡିଆନ୍ ଅଧିନାୟକ ଆହୁରି କହିଛନ୍ତି ଯେ ଆମେ ଶେଷ ଓଭର ପର୍ଯ୍ୟନ୍ତ ଭଲ କରିଥିଲୁ, କିନ୍ତୁ ଶେଷରେ ଧୋନି ନିଜର ପୁରୁଣା ଷ୍ଟାଇଲ ରେ ଖେଳି ସବୁ କିଛି ବିଗାଡିଦେଲେ। ଆମେ ଭଲ କରିବା ପାଇଁ ଆମେ ସବୁବେଳେ ଚେଷ୍ଟା କରିଛୁ ଏବଂ ଆଗକୁ ମଧ୍ୟ କରିବୁ।