ଦେଖନ୍ତୁ ଭିଡ଼ିଓ: ରୋହିତ ଶର୍ମାଙ୍କୁ ଧୋକା ଦେଲା DRS ରିଭ୍ୟୁ, ନଟ ଆଉଟକୁ ଆଉଟ୍ ଦେଲେ ତୃତୀୟ ଅମ୍ପାୟାର

 

କ୍ରିକେଟ ଖବର: IPL 2022 ରେ ଅମ୍ପାୟାରିଂର ଖରାପ ସ୍ଥିତି ଯାହା ଦେଖିବାକୁ ମିଳୁଛି, ଏହାପୂର୍ବରୁ କୌଣସି ବି ସିଜିନରେ ଏମିତି ଦେଖିବାକୁ ମିଳିନାହିଁ । ଏହି ଖରାପ ଅମ୍ପାୟାରିଂର ଆଉ ଏକ ନମୁନା ମୁମ୍ବାଇ ଓ କୋଲକାତା ମଧ୍ୟରେ ମୁକାବିଲାରେ ଦେଖିବାକୁ ମିଳିଛି।

ଯେତେବେଳେ ମୁମ୍ବାଇ ପାଳିର ପ୍ରଥମ ଓଭରରେ କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ଆଉଟର ସଂକେତ ଦିଆଗଲା, ସେତେବେଳେ ଆଉ ଏକ ଲଜ୍ୟାଜନକ ଅମ୍ପାୟାରିଂ ଦେଖିବାକୁ ମିଳିଥିଲା। ଟିମ ସାଉଦି ମୁମ୍ବାଇ ପାଳିର ପ୍ରଥମ ଓଭର ବୋଲିଂ କରୁଥିଲେ ଓ ଏହି ଓଭରର ଶେଷ ବଲ ରୋହିତଙ୍କ ବ୍ୟାଟ ନିକଟରେ ହୋଇ ଥାଇ ପ୍ୟାଡରେ ବାଜିଥିଲା ଓ ପୁଣି ୱିକେଟକିପର ଶେଲଡ଼ନ ଜ୍ୟାକସନଙ୍କ ନିକଟକୁ ଚାଲିଯାଇଥିଲା। ଯାହାକୁ ଜ୍ୟାକସନ କ୍ୟାଚ ଧରିଥିଲେ। 

ଜ୍ୟାକସନ ଆଉଟ ବୋଲି ନିଶ୍ଚିତ ଥିବାବେଳେ ଫିଲଡ଼ ଅମ୍ପାୟାର ଏହାକୁ ନଟଆଉଟର ସଂକେତ ଦେଇଥିଲେ। କିନ୍ତୁ କୋଲକାତାର ଅଧିନାୟକ ଶ୍ରେୟାସ ଆୟର୍ ରିଭ୍ୟୁ ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ ରିଭ୍ୟୁରେ ତୃତୀୟ ଅମ୍ପାୟାର ଆଉଟ୍ ଘୋଷଣା କରିଥିଲେ। ଯେତେବେଳେ କି ରୋହିତ ନଟଆଉଟ୍ ହୋଇଥିଲେ। ତେବେ ରୋହିତଙ୍କ ନଟଆଉଟକୁ ଆଉଟ୍ ବୋଲି ଘୋଷଣା କରି ପୁଣି ଆଇପିଏଲରେ ଅମ୍ପାୟାରିଂର ଖରାପ ସ୍ଥିତି ଉଜ୍ବଳିତ ହୋଇଛି। 

ଦେଖନ୍ତୁ ଭିଡିଓ :