MI vs DC: ଟିମ ଡେଭିଡ଼ଙ୍କ ବିପକ୍ଷରେ DRS ନ ନେବାର କାରଣ କହିଲେ ରିଷଭ, ପଢନ୍ତୁ ରିପୋର୍ଟ

 
pant drs tim david

କ୍ରିକେଟ ଖବର : ମୁମ୍ବାଇ ଇଣ୍ଡିଆନ୍ସଙ୍କ ବିପକ୍ଷରେ ପରାଜୟ ମିଳିବା ସହିତ ଦିଲ୍ଲୀ କ୍ୟାପିଟାଲ୍ସର ଆଇପିଏଲର ଯାତ୍ରା ଶେଷ ହୋଇଯାଇଛି । ନିଜର ଶେଷ ମ୍ୟାଚରେ ଖରାପ ପ୍ରଦର୍ଶନ ଆରମ୍ଭ କରିବା ପରେ ଦିଲ୍ଲୀ ୧୫୯ ରନ ସଂଗ୍ରହ କରିଥିଲା। ଅନ୍ୟପଟେ ମୁମ୍ବାଇ ପାଳିର ୧୫ତମ ଓଭରରେ କ୍ୟାପ୍ଟେନ ଋଷଭ ପନ୍ତଙ୍କ ଦ୍ୱାରା ଏଭଳି ଭୁଲ ହୋଇଥିଲା ଯେଉଁଥିରେ ମ୍ୟାଚ ଦିଲ୍ଲୀ ହାତରୁ ଖସିଯାଇଥିଲା । 

ପାଳିର ୧୫ତମ ଓଭରରେ ଖେଳିବାକୁ ଆସିଥିବା ଶାର୍ଦୁଲ ଠାକୁର, ଟିମ ଡେଭିଡ଼ ନିଜର ପ୍ରଥମ ବୋଲିଂରେ ରିଷଭ ପନ୍ତ କ୍ୟାଚ ଧରିଥିଲେ କିନ୍ତୁ ଅମ୍ପାୟାର ତପନ ଶର୍ମା ଏହା ଧରିପାରିନଥିଲେ ଯେ ବଲ ବ୍ୟାଟକୁ ଲାଗିକି ପନ୍ତଙ୍କ ହାତକୁ ଯାଇଛି କି ନାହିଁ। ଅମ୍ପାୟାର ଡେଭିଡ଼ଙ୍କୁ ନଟଆଉଟ କରିଥିଲେ ।

tim david

ଦିଲ୍ଲୀ ନିକଟରେ ୨ଟି ରେଭ୍ୟୁ ଥିଲା ଓ ପ୍ରତ୍ୟେକଙ୍କର ଆଶା ଥିଲା ପନ୍ତ ଯେତେ ଜୋଶରେ ଅପିଲ କରିଥିଲେ ସେ ଡିଆରଏସ ନିଶ୍ଚିତ ଭାବେ ନେବେ । କିନ୍ତୁ ବୋଲର୍ ଓ ସାଥୀ ଖେଳାଳିଙ୍କ ସହିତ ଆଲୋଚନା ପରେ ପନ୍ତ ଡିଆରଏଏସ ନନେବା ପାଇଁ ନିଷ୍ପତ୍ତି ନେଇଥିଲେ। ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। 

ଡେଭିଡ ଏହି ଜୀବନ ଦାନ ପାଇବା ପରେ ମାତ୍ର ୯ ଟି ବଲରେ ୪ଟି ଛକା ଆଉ ୨ଟି ଚୌକା ସାହାଯ୍ୟରେ ଦମଦାର୍ ୩୪ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚ ପରେ ଡେଭିଡଙ୍କ ବିପକ୍ଷରେ DRS ନ ନେବାର କାରଣ କହିଛନ୍ତି ନିଜେ ଅଧିନାୟକ ରିଷଭ ପନ୍ତ। ପନ୍ତ କହିଛନ୍ତି ଯେ, ମୁଁ ଆଶା ଥିଲା ଯେ ଏହା ଆଉଟ୍ । କିନ୍ତୁ ବୋଲର୍ ଓ ସାଥୀ ଖେଳାଳିଙ୍କ ସହିତ ଆଲୋଚନା ପରେ ପନ୍ତ ଡିଆରଏଏସ ନନେବା ପାଇଁ ନିଷ୍ପତ୍ତି ନେଇଥିଲି।