RCB ର କ୍ରମାଗତ ପରାଜୟ ଏବଂ କୋହଲିଙ୍କ ଖରାପ ଫର୍ମ କୁ ନେଇ କ୍ୟାପଟେନ୍ ଫାପ୍ ଡୁ ଫ୍ଲେସିସ୍ ଦେଲେ ବଡ଼ ବିବୃତି

 

କ୍ରିକେଟ୍ ଖବର : ଫାପ୍ ଡୁ ଫ୍ଲେସିସଙ୍କ ଅଧିନାୟକତ୍ୱରେ ଆରସିବି ( RCB) ଚଳିତ ଆଇପିଏଲ ସିଜନର ୩୯ ତମ ମ୍ୟାଚ ହାରିଛି। ଏହି ମ୍ୟାଚରେ ଆରସିବିର ପ୍ରଦର୍ଶନ ନିରାଶଜନକ ରହିଥିଲା। ରାଜସ୍ଥାନ ରୟାଲସ୍ ମାତ୍ର ୧୪୫ ରନର ଟାର୍ଗେଟ ଦେଇଥିବାରୁ ଏହି ଲୋସ୍କୋର ରନକୁ ମାତ ଦେବାରେ ସଫଳ ହୋଇନଥିଲା ଆରସିବି ବାହିନୀ।

୧୯.୩ ଓଭରରେ ମାତ୍ର ୧୧୯ ରନ କରି ଅଲଆଉଟ୍ ହୋଇଥିଲା ଆରସିବି। ତେବେ ଏହି ମ୍ୟାଚକୁ ରାଜସ୍ଥାନ ୨୯ ରନରେ ଜିତିନେଇଥିଲା। ସେପଟେ ଏହି ମ୍ୟାଚରେ ହାରିବା ପରେ ନିଜେ କ୍ୟାପେଟେନ୍ ଫାପ୍ ଡୁ ଫ୍ଲେସିସ୍ ଦୁଃଖପ୍ରକାଶ କରିଛନ୍ତି। 

ମ୍ୟାଚ ହାରିବା ପରେ ଫାପ୍ ଡୁ ଫ୍ଲେସି କହିଲେ:

ଫାପ୍ ଡୁ ଫ୍ଲେସିସ୍। ସେ କହିଛନ୍ତି ଯେ, ଆମେ ଯେଉଁ କ୍ୟାଚ ଛାଡିଲୁ ତାହା ଆମ ପାଇଁ ଭାରି ପଡିଲା। ଆମେ ଅତିରିକ୍ତ ୨୫ ରନ ଦେଇଦେଲୁ। ତେବେ ଆମେ ଆମର ଶୀର୍ଷ ଖେଳାଳିଙ୍କର ପ୍ରଦର୍ଶନ ବହୁତ ଭଲ କରିବାକୁ ଚେଷ୍ଟା କରୁଚୁ। ଆମେ ପୂର୍ବ ମ୍ୟାଚରେ ଭାବିଥିଲୁ ବିରାଟ କୋହଲି ମୋ ସହିତ ଓପେନିଂ କରିବେ। ତେବେ ବର୍ତ୍ତମାନ ସେ ଖରାପ ଫର୍ମରେ ଅଛନ୍ତି। କିନ୍ତୁ ମୋର ବିଶ୍ୱାସ ଯେ ସେ ( ବିରାଟ) ଅତିଶୀଘ୍ର ଫର୍ମକୁ ଫେରିବେ। ଆଉ ପୁଣିଥରେ ନିଜର ବ୍ୟାଟିଂ ଯାଦୁ ଦେଖାଇବେ।