ଏବେ IPL ରୁ ଓହରି ଯାଉଥିବା ଖେଳାଳିଙ୍କୁ ମିଳିବ ବଡ଼ ଦଣ୍ଡ, BCCI ସେମାନଙ୍କ ବିରୁଦ୍ଧରେ ନେବ ଏହି କଡା ପଦକ୍ଷେପ

 
IPL

କ୍ରିକେଟ୍ ଖବର : ଦୁନିଆର ସର୍ବଶ୍ରେଷ୍ଠ ଟି-୨୦ ଲିଗ୍ ଆଇପିଏଲ୍ ଆରମ୍ଭ ହୋଇସାରିଛି। ଏଥର ୮ ନୁହେଁ ବରଂ ୧୦ଟି ଦଳ ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି।  ଯେଉଁଥିପାଇଁ IPL 2022 ଅଧିକ ଆକର୍ଷଣୀୟ ହୋଇଛି। ଏଥର ମେଗା ନିଲାମରେ ସମସ୍ତ ଫ୍ରାଞ୍ଚାଇଜ୍ ସେମାନଙ୍କର ପ୍ରିୟ ଖେଳାଳିଙ୍କ ଉପରେ ବିଡ୍ କରିଥିଲେ ଏବଂ ସେମାନଙ୍କୁ ମଧ୍ୟ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲେ। 

କିନ୍ତୁ ଆଇପିଏଲ୍ ପୂର୍ବରୁ ମଧ୍ୟ କିଛି ଖେଳାଳି ସେମାନଙ୍କ ନାମ ପ୍ରତ୍ୟାହାର କରିନେଇଥିଲେ। ଯେଉଁଥିପାଇଁ ଫ୍ରାଞ୍ଚାଇଜ୍ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିସିସିଆଇ ଏହି ପ୍ରସଙ୍ଗରେ ଏକ ବଡ ପଦକ୍ଷେପ ନେବାକୁ ଯାଉଛି।

Chennai Super Kings full schedule for IPL 2022

ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ନିଲାମରେ ଫ୍ରାଞ୍ଚାଇଜ୍ ଅନେକ କୌଶଳ ଏବଂ ବହୁ ଗଣନା ପରେ ଖେଳାଳିଙ୍କ ଉପରେ ବିଡ୍ କରେ ଏବଂ ସେହି ଅନୁଯାୟୀ ଫ୍ରାଞ୍ଚାଇଜ୍ ନିଜର ଦଳ ପ୍ରସ୍ତୁତ କରେ। କିନ୍ତୁ ଛୋଟ ଛୋଟ ଜିନିଷ ହେତୁ ଖେଳାଳିମାନେ ସେମାନଙ୍କର ନାମ IPL ରୁ ପ୍ରତ୍ୟାହାର କରନ୍ତି, ଯାହା ଫ୍ରାଞ୍ଚାଇଜ୍ ପାଇଁ ଅନେକ ଅସୁବିଧାର କାରଣ ପାଲଟିଯାଏ। ଏପରି ପରିସ୍ଥିତିରେ, ବର୍ତ୍ତମାନ ବିସିସିଆଇ ଏପରି କାର୍ଯ୍ୟକୁ ବନ୍ଦ କରିବାକୁ ଚାହୁଁଛି ଯେଉଁଥିରେ ଖେଳାଳିମାନେ ଅନାବଶ୍ୟକ ଭାବରେ ସେମାନଙ୍କ ନାମ ପ୍ରତ୍ୟାହାର କରି ନେଉଛନ୍ତି। ବିନା କାରଣରେ ଆଇପିଏଲରୁ ନିଜ ନାମ ପ୍ରତ୍ୟାହାର କରି ନେଉଥିବା ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିସିସିଆଇ ବିଚାର କରୁଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଭିତ୍ତିହୀନ ବା ଛୋଟ ଛୋଟ କାରଣ ଦର୍ଶାଇ ଯେଉଁ ଖେଳାଳିମାନେ ଆଇପିଏଲରୁ ନିଜ ନାମ ପ୍ରତ୍ୟାହାର କରୁଛନ୍ତି। ସେମାନଙ୍କ ଉପରେ ଆମେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଖେଳାଳି ଦର୍ଶାଇଥିବା କାରଣ ଅନୁସନ୍ଧାନ କରାଯିବ , ଯାହା ଦ୍ୱାରା ପ୍ଲେୟାର ଦ୍ୱାରା ଦିଆଯାଇଥିବା କାରଣ ଅସଲି କିମ୍ବା ନୁହେଁ ତାହା ଜଣାପଡିବ। ତାପରେ ସେହି ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି ନାହିଁ ତାହା ଆଲୋଚନା କରାଯିବ।