ଦେଖନ୍ତୁ ଭିଡ଼ିଓ: ଉମରାନଙ୍କ 157 kph ଫାଷ୍ଟ ବଲ ରେ ଚୌକା ମାରିଲେ ପାଭେଲ, ଭାଇରାଲ୍ ହେଲା ଭିଡ଼ିଓ

 

କ୍ରିକେଟ ଖବର: ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଉମରାନ ମଲିକ ପୁଣିଥରେ ଜବରଦସ୍ତ ଦ୍ରୁତ ବୋଲିଂ କରି ଚର୍ଚ୍ଚାକୁ ଆସିଛନ୍ତି। ଉମରାନ ମଲିକ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ମ୍ୟାଚରେ ଏକ ବଲ୍ ଘଣ୍ଟା ପ୍ରତି 157 କିମି ବେଗରେ ପକାଇଥିଲେ। ସେ ଦିଲ୍ଲୀର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ପାଭେଲଙ୍କୁ ଏହି ବଲ୍ ବୋଲିଂ କରିଥିଲେ। 

କିନ୍ତୁ ଦିଲ୍ଲୀ କ୍ୟାପିଟାଲର ବିସ୍ଫୋରକ ବ୍ୟାଟସମ୍ୟାନ ପାଭେଲ ମଧ୍ୟ ଉମରାନ ମଲିକଙ୍କ ଏହି ଦ୍ରୁତ ବୋଲିଂର ଜବାବରେ ଗୋଟିଏ ଶାନଦାର ଚୌକାରେ ଲଗାଇ ଦେଇଛନ୍ତି । ଆଉ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।  

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଉମରାନ ମଲିକ ଘଣ୍ଟାପ୍ରତି 154 ସ୍ପିଡ଼ରେ ଚେନ୍ନାଇ ସୁପରକିଙ୍ଗସ ବିପକ୍ଷରେ ବୋଲିଂ କରିଥିଲେ । ସେ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏହି ସ୍ପୀଡ଼ରେ ବୋଲିଂ କରିଥିଲେ। 

ଦେଖନ୍ତୁ ଭିଡ଼ିଓ :