NCA ବଢାଇଲା ପାଣ୍ଡ୍ୟାଙ୍କ ପାଇଁ ଅଡୁଆ, ଫିଟନେସ୍ ଟେଷ୍ଟ ରେ ଫେଲ୍ ହେଲେ IPL ରୁ ହେବେ ବାହାର ?

 
Pandya

କ୍ରିକେଟ୍ ଖବର : ନୂତନଭାବରେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଚଳିତବର୍ଷ ଖେଳିବାକୁ ଯାଉଛି ଗୁଜୁରାଟ ଟାଇଟାନ୍ସ। ଏହି ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ସମୟ ଧରି ଆଘାତ କାରଣରୁ ଭାରତୀୟ ଦଳରେ ସ୍ଥାନ ପାଇପାରୁନାହାନ୍ତି। ଯେଉଁଥିପାଇଁ ସେ କ୍ରିକେଟ୍ ଠାରୁ ବହୁତ ଦୂରରେ ରହିଛନ୍ତି।

Hardik Pandya Ne Isi T20  Mein 158 Run Banaa Kar Apni Fitness Or Form Ki Sanket De Di He !

ତାଙ୍କୁ ଉଭୟ ବୋଲିଂ ଏବଂ ବ୍ୟାଟିଂ କରିବାରେ କଷ୍ଟ ହେଉଥିଲା ବୋଲି ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ଯେଉଁଥି ପାଇଁ ତାଙ୍କୁ କ୍ରିକେଟ୍ ପଡ଼ିଆରେ ବହୁତ ଦିନ ହେବ ଦେଖିବାକୁ ମିଳି ନାହିଁ। ଆଘାତ ହେତୁ ସେ ନିକଟରେ ଅନୁଷ୍ଠିତ ଶ୍ରୀଲଙ୍କା ସିରିଜରେ ମଧ୍ୟ ଅଂଶ ଗ୍ରହଣ କରିନଥିଲେ। କିନ୍ତୁ ବର୍ତ୍ତମାନ ସେ ଆଇପିଏଲ ଖେଳିବା ପାଇଁ ନିଜର ଫିଟନେସ୍ ପ୍ରମାଣିତ କରିବା ପାଇଁ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)କୁ ଯାଇଛନ୍ତି।

ଆଇପିଏଲ ୨୦୨୨ ରେ ଏହା ପ୍ରଥମ ଥର ହେବ ଯେତେବେଳେ କି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲର ଅନ୍ୟ କୌଣସି ଦଳ ପାଇଁ ଖେଳୁଥିବାର ଦେଖଯିବ। ସେ ଦୀର୍ଘ ସମୟ ଧରି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଥିଲେ। ତେବେ  ଅନ୍ୟପକ୍ଷରେ ପାଣ୍ଡ୍ୟା ମଧ୍ୟ ଏହି ନୂତନ ଦଳର ଅଧିନାୟକ ହେବେ। କିନ୍ତୁ ଆଇପିଏଲରେ ଖେଳିବା ପୂର୍ବରୁ ତାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀରେ ନିଜର ଫିଟନେସ୍ ପ୍ରମାଣ ଦେବାକୁ ପଡିବ। ପାଣ୍ଡ୍ୟା ବର୍ତ୍ତମାନ ଏନସିଏରେ ଅଛନ୍ତି ଏବଂ ଫିଟନେସ୍ ପରୀକ୍ଷା ଦେଉଛନ୍ତି।  ପାଣ୍ଡ୍ୟାଙ୍କ ସାମ୍ନାରେ ଏନସିଏ ଏକ ଚ୍ୟାଲେଞ୍ଜ ରଖିଛି ଏବଂ ଏହି ଚ୍ୟାଲେଞ୍ଜ ହେଉଛି ଅତି କମରେ ୧୦ ଓଭର ବୋଲିଂ କରିବେ। ଏହା ପୁଣି ଲଗାତାର। ମାନେ ନନଷ୍ଟପ୍ ୬୦ ଟି ବଲ୍ ବୋଲିଂ କରିବେ ପାଣ୍ଡ୍ୟା। 

ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି ଯେ, NCA ଫିଜିଓ ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କ ଦ୍ୱାରା ଫିଟନେସ୍ ପ୍ରୋଗ୍ରାମ ପ୍ରସ୍ତୁତ କରାଯାଇଛି. କିନ୍ତୁ ଯେହେତୁ ଚୟନକର୍ତ୍ତାମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ପାଣ୍ଡ୍ୟାଙ୍କୁ ଅତି କମରେ ୧୦ ଓଭର ବୋଲିଂ କରିବାକୁ ପଡିବ ଏବଂ ବାଧ୍ୟତାମୂଳକ ୟୋ-ୟୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ଏହାସହିତ ସମସ୍ତ କ୍ରିକେଟର ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। ଆଇପିଏଲ୍ ପୂର୍ବରୁ ସମସ୍ତ ଖେଳାଳିଙ୍କ ପାଇଁ ଫିଟନେଶ୍ ପରୀକ୍ଷା ବାଧ୍ୟତାମୂଳକ ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶିତ।