ଦେଖନ୍ତୁ ଭାଇରାଲ ଭିଡ଼ିଓ: ଗୋଟିଏ ହାତରେ ଛକା ମାରିଲେ ମାହି, ଏଥର IPL ରେ ଫେରିବେ ପୁରୁଣା ଧୋନି

 

କ୍ରିକେଟ ଖବର : ଦୁନିଆର ଏକ ନମ୍ବର ଟି-୨୦ ଲିଗ୍ ଆଇପିଏଲ୍, ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ୧୫ ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଯାହାର ପ୍ରଥମ ମ୍ୟାଚ୍ ଗତ ବର୍ଷର ଫାଇନାଲିଷ୍ଟ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏଭଳି ପରିସ୍ଥିତିରେ ଚେନ୍ନାଇ ମଧ୍ୟ ନିଜର କ୍ରିକେଟ ଅଭ୍ୟାସ ଆରମ୍ଭ କରିଛି। ଯେଉଁଥିରେ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ଦଳକୁ ପୁଣି ଥରେ ଚମ୍ପିୟାନ କରିବାକୁ ଚେଷ୍ଟା କରିବେ। ତେବେ ନିକଟରେ ଚେନ୍ନାଇ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସେୟାର କରିଛି ଯେଉଁଥିରେ ମାହି ଛକା ବର୍ଷା କରୁଥିବା ଦେଖାଯାଉଛି। ମାହି ଛକା ବର୍ଷା ନେଟ ପ୍ରାକ୍ଟିସରେ କରୁଛନ୍ତି। 

ସୂଚନାଯୋଗ୍ୟ ଯେ, ଆଇପିଏଲ୍ ୨୦୨୨ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ କ୍ରିକେଟ ଅଭ୍ୟାସ କରିବା  ଆରମ୍ଭ କରିଛି । ଗୁଜୁରାଟର୍ ସୁରତରେ ଦଳର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଅଭ୍ୟାସ ପାଇଁ CSK ସୁରତକୁ ବାଛିଛି। ତେବେ ମୁମ୍ବାଇର ୱାନଖେଡେ, ବ୍ରାବ୍ରନ୍ ଏବଂ DY ପାଟିଲ୍ ଷ୍ଟାଡିୟମ୍ ସମେତ ପୁଣେର ଏମସିଏ ଷ୍ଟାଡିୟମରେ ଆଇପିଏଲ୍ ୨୦୨୨ ର ଲିଗ୍ ପର୍ଯ୍ୟାୟ ଖେଳାଯିବ। 

ଚେନ୍ନାଇ ଦଳ ବର୍ତ୍ତମାନ ସୁରତର ଲାଲବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଅଭ୍ୟାସ କରୁଛି। ସୂଚନାଯୋଗ୍ୟ ଯେ ଚେନ୍ନାଇ ସୁପର କିଙ୍ଗ୍ସ ନିକଟରେ ସେମାନଙ୍କ ଅଭ୍ୟାସ ଅଧିବେଶନର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି, ଯେଉଁଥିରେ ଏମଏସ ଧୋନି ବ୍ୟାଟିଂ କରୁଥିବାର ଦେଖାଯାଇଛି। ଏଥିରେ ଧୋନି ତାଙ୍କ ପୁରୁଣା ଶୈଳୀ ପରି ନେଟ୍ସରେ ଲମ୍ବା ଛକା ମାରୁଥିବାର ନଜର ଆସିଛନ୍ତି।

କେବଳ ଏତିକି ନୁହେଁ, ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନି ମଧ୍ୟ ସେହି ଭିଡିଓରେ ଗୋଟିଏ ହାତରେ ଛକା ମାରୁଥିବାର ନଜର ଆସିଛନ୍ତି। ଏହି ଭିଡ଼ିଓ ଭାଇରାଲ ହେବା ପରେ, ବର୍ତ୍ତମାନ ସମସ୍ତେ କହୁଛନ୍ତି ଯେ ଆଇପିଏଲ୍ ୨୦୨୨ ରେ ଧୋନିଙ୍କ ପୁରୁଣା ଅବତାର ଦେଖିବାକୁ ମିଳିବ।