ଦେଖନ୍ତୁ ଭିଡ଼ିଓ: ଅତି ସହଜ କ୍ୟାଚ କୁ ରାହୁଲ ଛାଡିବା ଦେଖି ଗମ୍ଭୀର ହେଲେ କ୍ରୋଧିତ, ରାଗରେ ଦେଲେ ଏମିତିକା ରିଏକ୍ସନ

 

କ୍ରିକେଟ ଖବର : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ହୋଇଥିବା ଏଲିମିନେଟର ରାଉଣ୍ଡ ମ୍ୟାଚର ବହୁତ ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ମ୍ୟାଚରେ ୧୪ ରନରେ ଲକ୍ଷ୍ନୌ ଦଳ ବାଙ୍ଗାଲୋର ଠାରୁ ପରାସ୍ତ ହୋଇଥିଲା। ଅଧିନାୟକ ଲୋକେଶ ରାହୁଲଙ୍କର ଧିମା ବ୍ୟାଟିଂ କାରଣରୁ ଲକ୍ଷ୍ନୌ ହାରିଲା ବୋଲି ମିଡ଼ିଆରେ ଚର୍ଚ୍ଚା ହେଉଛି। ଏହା ସହିତ ଖରାପ ଫିଲ୍ଡିଂ ପାଇଁ ମଧ୍ୟ ଲକ୍ଷ୍ନୌ ହାରିଛି। 

ଲକ୍ଷ୍ନୌର ଖରାପ ଫିଲ୍ଡିଂ ଦଳକୁ ବହୁତ ନିରାଶ କରିଛି।  କ୍ୟାପଟେନ କେ.ଏଲ୍ ରାହୁଲ ଏହି ମ୍ୟାଚରେ ୨ ଟି କ୍ୟାଚ୍ ଛାଡିଥିଲେ। ଏପରି ପରିସ୍ଥିତିରେ, ଯେତେବେଳେ ଦୀନେଶ କାର୍ତ୍ତିକଙ୍କ କ୍ୟାଚ୍ କେ.ଏଲ୍ ଦ୍ୱାରା ଡ୍ରପ୍ ହୋଇଯାଇଥିଲା, ସେତେବେଳେ ସେ ଦଳର ପରାମର୍ଶଦାତା ଗୌତମ ଗମ୍ଭୀରଙ୍କୁ ସହି ପାରିନଥିଲେ।

ବାସ୍ତବରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଇନିଂସର ୧୫ ତମ ଓଭରରେ ଲକ୍ଷ୍ନୌର ବାମହାତୀ ଦ୍ରୁତ ବୋଲର ମୋହସିନ୍ ଖାନ୍ ବୋଲିଂ କରିଥିଲେ। ସେହି ସମୟରେ କାର୍ତ୍ତିକ ଏକ ବଡ଼ ସଟ୍ ଖେଳିଥିଲେ, କିନ୍ତୁ ବଡ଼ ଶଟ ଖେଳିବା ବେଳେ ରାହୁଲଙ୍କ ହାତକୁ କ୍ୟାଚ ଦେଇଥିଲେ କାର୍ତ୍ତିକ। କିନ୍ତୁ ରାହୁଲ କାର୍ତ୍ତିକଙ୍କ କ୍ୟାଚ ଛାଡିଥିଲେ। ସେତେବେଳକୁ କାର୍ତ୍ତିକ ୨ ରନ କରିଥିଲେ।  

ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାମର୍ଶଦାତା ଗୌତମ ଗମ୍ଭୀର ଏହି ପୁରା ଘଟଣାକୁ ନେଇ ନିରାଶ ହୋଇଥିବା ଭିଡ଼ିଓ ଦେଖିବାକୁ ମିଳିଛି। ପ୍ରାରମ୍ଭରେ, ଗମ୍ଭୀର ଭାବୁଥିଲେ ଯେ ରାହୁଲ ଡି.କେ ଙ୍କର କ୍ୟାଚ ଧରିଛନ୍ତି।  କିନ୍ତୁ ଯେତେବେଳେ ସେ ଦେଖିଲେ ଯେ ବଲ୍ ରାହୁଲଙ୍କ ହାତରୁ ଖସି ଯାଇଛି, ସେତେବେଳେ ସେ ବହୁତ ନିରାଶ ହୋଇଥିଲେ। 

ଦେଖନ୍ତୁ ଭିଡ଼ିଓ :