IPL 2022: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ କାହିଁକି ଖେଳିଲେନି ଜାଡ଼େଜା? ଧୋନି କହିଲେ ଅସଲି କାରଣ

 
dhoni jadeja

କ୍ରିକେଟ ଖବର : ରବିନ୍ଦ୍ର ଜାଡ଼େଜା ଆଇପିଏଲ 2022 ରେ ନିଜର ଶ୍ରେଷ୍ଠ ଫର୍ମରେ ରହିନାହାନ୍ତି। ତାଙ୍କ ବୋଲିଂ ଆଉ ବ୍ୟାଟିଂକୁ ନେଇ ସେ ବେଶ୍ ସଂଘର୍ଷ କରୁଛନ୍ତି। ଏହି ସିଜିନର ଠିକ ପୂର୍ବରୁ ତାଙ୍କୁ ଏମ ଏସ ଧୋନୀଙ୍କ ଦ୍ୱାରା ଚେନ୍ନାଇର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପରକିଙ୍ଗସ ଖେଳିଥିବା ୮ଟି ମ୍ୟାଚରୁ ମାତ୍ର ୨ଟି ମ୍ୟାଚ ଜିତିପାରିଥିଲା ।

csk got a setback, this star players ruled out of ipl 2022

ଜାଡ଼େଜା ଅଧିନାୟକ ଚାପ ଅଧିକ ଦିନ ସମ୍ଭାଳି ପାରିନଥିଲେ ଏବଂ ଶେଷରେ ପୁଣି ଥରେ ଅଧିନାୟକ ପଦ ଧୋନୀଙ୍କୁ ହସ୍ତାନ୍ତର କରିଥିଲେ । ଧୋନୀଙ୍କୁ ଅଧିନାୟକ ପଦବୀ ଦେବାର ୨ଟି ମ୍ୟାଚ ପରେ ଜାଡ଼େଜା ରବିବାର ଦିଲ୍ଲୀ କ୍ୟାପିଟାଲ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ିଥିଲେ ।

ତେବେ ଟସ ସମୟରେ ଜାଡ଼େଜା ଏହି ମ୍ୟାଚରୁ ବାଦ୍ ପଡିବାର କାରଣ ଏମଏସ ଧୋନି ନିଜେ ଖୁଲାସା କରିଥିଲେ । ଆଇପିଏଲ 2022 ରେ ଜାଡ଼େଜା 10ଟି ମ୍ୟାଚରେ ମାତ୍ର 126 ରନ୍ କରିପାରିଛନ୍ତି । ତାଙ୍କର ବୋଲିଂ ମଧ୍ୟ ଖରାପ ରହିଥିଲା । ଡିସି ବିପକ୍ଷରେ ଟସ୍ ବେଳେ ସିଏସକେ ଅଧିନାୟକ ଏମଏସ ଧୋନି କହିଛନ୍ତି ଯେ ଜାଡୁ ଫିଟ୍ ନାହାନ୍ତି ଏବଂ ତାଙ୍କ ସ୍ଥାନରେ ଦୁବେଙ୍କୁ ଦଳରେ ସ୍ଥାନ ଦିଆଯାଇଛି।