ଦେଖନ୍ତୁ ଭିଡ଼ିଓ: ଡି-କକ୍ ଆଉଟ ନହେବାରୁ ରାଗିଗଲେ ଚକ୍ରବର୍ତ୍ତୀ, ସ୍ପିନର ରୁ ହୋଇଗଲେ ଫାଷ୍ଟ ବୋଲର, ପକାଇଲେ ବାଉନ୍ସର

 
varun bouncer ball vs d-cock

କ୍ରିକେଟ ଖବର : ଆଇପିଏଲ 2022 ର 66ତମ ମୁକାବିଲାରେ ଲକ୍ଷ୍ନୌ ସୁପରଜାଏଣ୍ଟ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚକୁ 2 ରନରେ ବିଜୟ ହାସଲ କରିଛି ଲୋକେଶ ରାହୁଲଙ୍କ ଲକ୍ଷ୍ନୌ ଦଳ। କୋଲକତା ଦଳ ସାମ୍ନାରେ 211 ରନର ଟାର୍ଗେଟ ଦେଇଥିଲା ଲକ୍ଷ୍ନୌ ପଲଟନ। ଏହି ମ୍ୟାଚରେ କ୍ୱିଣ୍ଟନ ଡି କକ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ଚକିତ କରିଥିଲେ। ସେ ମାତ୍ର 70 ବଲରର 10 ଟି ଚୌକା ଆଉ 10 ଟି ଛକା ସାହାଯ୍ୟରେ 140 ରନ କରିଥିଲେ। କିନ୍ତୁ କେକେଆର ଦଳରେ ଏଭଳି ଜଣେ ବୋଲର ବି ଥିଲେ, ଯିଏ ଡି .କକଙ୍କୁ ମଧ୍ୟ ଚକିତ କରିଦେଇଥିଲେ ।

ଆମେ କହୁଛୁ କୋଲକାତାର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ବିଷୟରେ। ବରୁଣ ନିଜର ସ୍ପିନ ବୋଲିଂ ପାଇଁ ବେଶ୍ ପରିଚିତ। ବ୍ୟାଟସମ୍ୟାନଙ୍କୁ ମଧ୍ୟ ନିଜର ମିଷ୍ଟ୍ରି ବୋଲିଂରେ ଆଉଟ କରିବାର ଟାଲେଣ୍ଟ ମଧ୍ୟ ରଖିଛନ୍ତି ବରୁଣ। କିନ୍ତୁ ଗତକାଲି ବରୁଣ, ଡି କକକୁ ନିଜର ଫିରକି ଦ୍ୱାରା ନୁହେଁ ବରଂ ବାଉନ୍ସର ଦ୍ୱାରା ଚକିତ କରିଛନ୍ତି। ଏହି ଘଟଣା ଲକ୍ଷ୍ନୌ ପାଳିର 8ମ ଓଭରରେ ଦେଖିବାକୁ ମିଳିଥିଲା।

ବରୁଣ ଓଭରର ତୃତୀୟ ବଲ ନୋ ବଲ ଡେଲିଭର କରିଥିଲେ ଯାହା ପରେ ଆଗାମୀ ବଲ ଡିକକଙ୍କୁ ଫ୍ରି ହିଟ୍ ମିଳିବାର ଥିଲା । ଏତିକିବେଳେ ବରୁଣ ନିଜ ଉପରେ କିଛି ସମୟ ପାଇଁ ରାଗିଯାଇଥିବା ଦେଖିବାକୁ ମିଳିଥିଲା ଏବଂ ନିଜର ଏହି ରାଗକୁ ବ୍ୟାଟସମ୍ୟାନଙ୍କ ଉପରେ ଶୁଝାଇଦେବାକୁ ଚେଷ୍ଟା କରିଥିଲେ ।

varun

ନୋ ବଲ ଦେବା ପରେ ଚକ୍ରବର୍ତ୍ତୀ ନିଜର ଆଗାମୀ ବଲରେ ଏକ ବଡ଼ ଶଟରୁ ବର୍ତ୍ତିବା ପାଇଁ ଏକ ବାଉନ୍ସର ବ୍ୟବହାର କରିଥିଲେ। ଯାହାକି ବ୍ୟାଟସମ୍ୟାନଙ୍କୁ ଚକିତ କରିଦେଇଥିଲା। ବରୁଣ ଏହି ବଲଟି ପାଖାପାଖି ଘଂଟାପ୍ରତି 108.7 କିଲୋମିଟର ବେଗରେ ପକାଇଥିଲେ। ଏହି ବଲରେ ଡି କକ୍ ମଧ୍ୟ କୌଣସି ରନ ସଂଗ୍ରହ କରିପାରିନଥିଲେ। 

ଦେଖନ୍ତୁ ଭିଡିଓ :