IPL 2022: ଏଥର ହାଇଦ୍ରାବାଦ ଦଳକୁ ଭାବନ୍ତୁ ନାହିଁ କମଜୋର, ଜିତିପାରେ ଚଳିତ ବର୍ଷର ଟ୍ରଫି, ଦେଖନ୍ତୁ 11 ଜଣିଆ ଦଳ ଲିଷ୍ଟ

 

କ୍ରିକେଟ୍ ଖବର : ଆଉ ୩ଦିନ ପରେ ଅର୍ଥାତ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର୍ ମହାପାର୍ବଣ ଆଇପିଏଲ୍ । ଚଳିତ ବର୍ଷ ୧୦ଟି ଦଳ ମଧ୍ୟରେ ହେବ ଟାଇଟଲ ଲଢେଇ। ଆଉ ବର୍ତ୍ତମାନ ସମସ୍ତ ୧୦ଟି ଯାକ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛନ୍ତି। ମଇଦାନ ବି ରେଡି , ଖେଳାଳି ବି ରେଡି । ବାକି ରହିଲା ଆଇପିଏଲର୍ ବିଗୁଲ ବାଜିବା। ଏପରି ପରିସ୍ଥିତିରେ ସମସ୍ତ ଦଳ ସେମାନଙ୍କର ଟିମରେ ସଂଶୋଧନ ଆରମ୍ଭ କରିଛନ୍ତି। ଦଳଗୁଡିକ ମଧ୍ୟ ସେମାନଙ୍କର ଶ୍ରେଷ୍ଠ ୧୨ ଜଣ ଖେଳାଳି ବାଛିବା ଆରମ୍ଭ କରିଛନ୍ତି, ଯେଉଁମାନେ ପ୍ରଥମ କିଛି ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ଚେନ୍ନାଇ- ମୁମ୍ବାଇ ଏବଂ ଦିଲ୍ଲୀ ଭଳି ଦଳ ସବୁବେଳେ ଆଲୋଚନାର ର୍ଶୀଷକରେ ରହିଥାନ୍ତି। କିନ୍ତୁ ଗତଥର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଏଥର କିଛି ନୂଆ ପରିବର୍ତ୍ତନ କରିଛି। ଆଉ ଏହି ପରିବର୍ତ୍ତନକୁ ନେଇ ଦଳ ପଡ଼ିଆକୁ ଓହ୍ଲାଇବ। ଦଳରେ ଏପରି କିଛି ଖେଳାଳିଙ୍କର ନାମ ଅଛି ଯେଉଁମାନେ ଯେକୌଣସି ସମୟରେ ମ୍ୟାଚର ମୋଡ଼ ବୁଲାଇ ପାରିବେ। ହାରିବା ମ୍ୟାଚକୁ ଜିତାଇ ପାରିବେ ଏମାନେ। 

ଏହି ଦଳର ଶକ୍ତି ହେଉଛି ତାର ଯୁବ ଖେଳାଳି। ଆଉ ଏଥର ଯୁବ ଖେଳାଳିଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଛି ଏହି ଦଳ। ଚଳିତ ବର୍ଷ ଦଳରେ ନିକୋଲାସ୍ ପୁରାନ୍, ଟି ନାଟାରାଜନ, ଶ୍ରେୟସ୍ ଗୋପାଳ, ମାର୍କୋ ୟାନସନ୍, ଅବଦୁଲ ସମାଦ, ରାହୁଲ ତ୍ରିପାଠୀ, ଅଭିଷେକ ଶର୍ମା ଓ ଉମ୍ରାନ ମଲିକଙ୍କ ଭଳି ଯୁବ ଖେଳାଳି ଅଛନ୍ତି।  ଯେଉଁମାନେ ଗୋଟିଏ ଗୋଟିଏ ମିଶାଇଲ। ଦଳକୁ ଏମାନେ ଆଗକୁ ନେବାରେ କ୍ଷମତା ରଖିଛନ୍ତି।  ଏହି ସମସ୍ତ ଖେଳାଳୀମାନେ ଖେଳରେ କଣ କରିବା ପାଇଁ ପଡିବ ତାହା ବହୁତ ଭଲ ଭାବରେ ଜାଣନ୍ତି।

ଯଦି ଆମେ ହାଇଦ୍ରାବାଦର ବୋଲିଂ ବିଷୟରେ କଥା ହେବା ତେବେ, ଆଇପିଏଲ୍ ଇତିହାସ କହୁଛି ହାଇଦ୍ରାବାଦ ଦଳ ହେଉଛି ବୋଲରଙ୍କ ଘର। ଅର୍ଥାତ ହାଇଦ୍ରାବାଦ ଟିମ୍ ପ୍ରାୟତଃ ବୋଲରଙ୍କୁ ନେଇ ଗଠିତ। ଏହି ଦଳର ଶକ୍ତି ହେଉଛି ତାର ବୋଲିଂ ବିଭାଗ। ଭୁବନେଶ୍ୱର କୁମାର, ଉମ୍ରାନ ମଲିକ, କାର୍ତ୍ତିକ ତ୍ୟାଗିଙ୍କ ପରି ଦ୍ରୁତ ବୋଲର ଏହି ଦଳରେ ଅଛନ୍ତି। ଯେଉଁମାନେ ଆଇପିଏଲରେ ନିଜର ବୋଲିଂ ପ୍ରଦର୍ଶନ କାରଣରୁ ଅନେକ ନାମ ଅର୍ଜନ କରିସାରିଛନ୍ତି।

କିନ୍ତୁ, ଦଳର ଅଧିନାୟକ କେନ୍ ୱିଲିୟମସନ ଏବଂ ଭୁବନେଶ୍ୱର କୁମାରଙ୍କ ବ୍ୟତୀତ ଆଉ କୌଣସି ଖେଳାଳି ଆଇପିଏଲରେ ପ୍ୟାସରରେ ଖେଳିବାର କ୍ଷମତା ରଖନ୍ତି ନାହିଁ। ଯାହା ଦଳର ଏକ କମଜୋରି। ଯଦି ନିକୋଲାସ ପୁରାନଙ୍କ ଖେଳ ଠିକ ରହେ, ତେବେ ସେ ପ୍ରତ୍ୟେକ ମ୍ୟାଚରେ ଦଳକୁ ବିଜୟ ଭେଟି ଦେବେ। ଯେଉଁଥିରେ ତିଳେ ବି ସନ୍ଦେହ ନାହିଁ। 

ପରିବର୍ତିତ ହାଇଦ୍ରାବାଦ ଦଳ :

କେନ୍ ୱିଲିୟମସନ (ଅଧିନାୟକ), ଅବଦୁଲ ସମାଦ, ଉମ୍ରାନ ମଲିକ, ୱାଶିଂଟନ ସୁନ୍ଦର, ନିକୋଲାସ ପୁରାନ, ଟି ନଟରାଜନ, ଭୁବନେଶ୍ୱର କୁମାର, ପ୍ରିୟମ ଗର୍ଗ, ରାହୁଲ ତ୍ରିପାଠୀ, ଅଭିଷେକ ଶର୍ମା, କାର୍ତ୍ତିକ ତ୍ୟାଗୀ, ଶ୍ରେୟାସ ଗୋପାଳ, ଜଗଦୀଶ ସୁଚିନ୍, ଆଡେନ ମାର୍କ୍ରାମ, ମାରିଓ ୟାନଶେରନ୍, ରୋମିଓ , ଶନ୍ ଆବଟ୍ଟ, ଆର ସମରଥ, ସୌରଭ ଦୁବେ, ଶଶାଙ୍କ ସିଂ, ବିଷ୍ଣୁ ବିନୋଦ, ଗ୍ଲେନ ଫିଲିପ୍ସ ଏବଂ ଫଜଲକ ଫାରୁକି।