ଆଇପିଏଲ୍ ୨୦୨୨: ୫୭ତମ ମ୍ୟାଚ ପରେ ଅରେଞ୍ଜ ଓ ପର୍ପଲ କ୍ୟାପରେ ହୋଇଛି ଏହି ପରିବର୍ତ୍ତନ, ଦେଖନ୍ତୁ ସମ୍ପୂର୍ଣ ଲିଷ୍ଟ

 

କ୍ରିକେଟ ଖବର : ଆଇପିଏଲ ୨୦୨୨ର ୫୭ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୬୨ ରନରେ ହରାଇ ପ୍ଲେଅଫରେ ପ୍ରଥମ ଟିମ ଭବାରେ ପ୍ରବେଶ କରିଛି। ପୁଣେର ଏମସିଏ ଷ୍ଟାଡ଼ିୟମରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଗୁଜୁରାଟ ଦଳ। ଦଳ ପକ୍ଷରୁ ଶୁଭମନ ଗିଲ ନଟଆଉଟ୍ ରହି ୬୩ ରନର ଏକ ଜବରଦସ୍ତ ଇନିଂସ ଖେଳିଥିଲେ। ଶେଷରେ ରାହୁଲ ତେୱାତିଆ ମଧ୍ୟ ୨୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଯାହା ଫଳରେ ଗୁଜୁରାଟ ଦଳ ୪ ୱିକେଟ୍ ହରାଇ ୧୪୪ ରନ ସଂଗ୍ରହ କରିଥିଲା। ଜିତିବା ପାଇଁ ୧୪୫ ରନକୁ ଟାର୍ଗେଟ କରି ମଇଦାନକୁ ଓହ୍ଲାଇଥିବା ଲକ୍ଷ୍ନୌ ଟିମ୍ ୮୨ ରନରେ ହିଁ ଚିତପଟଙ୍ଗ ହୋଇ ଅଲଆଉଟ ହୋଇଯାଇଥିଲା। ଲକ୍ଷ୍ନୌ ଦଳ ପକ୍ଷରୁ ଦୀପକ ହୁଡ୍ଡା ସର୍ବାଧିକ ୨୭ ରନର ପାଳି ଖେଳିଛନ୍ତି ।

୧୪୫ ରନର ଛୋଟ ସ୍କୋରକୁ ପିଛା କରି ମଇଦାନକୁ ଓହ୍ଲାଇଥିବା ଲକ୍ଷ୍ନୌ ଟିମ ୨୪ ରନ୍‌ରେ ୨ୱିକେଟ୍ ହରାଇ ସାରିଥିଲା। ଦଳର ଷ୍ଟାର୍ ଖେଳାଳି କ୍ୱିଣ୍ଟନ ଡିକକ୍ ୧୧ ଓ କ୍ୟାପ୍ଟେନ କେ.ଏଲ ରାହୁଲ ୮ରନ୍ କରି ପ୍ୟାଭିଲିୟନ ଫେରିଯାଇଥିଲେ । ଏହାପରେ ତାସ ପତା ଭଳି ସବୁ ୱିକେଟ୍ ଗୋଟିଏ ପରେ ଗୋଟିଏ ଲକ୍ଷ୍ନୌ ଦଳର ପଡିଥିଲା।

ଅରେଞ୍ଜ କ୍ୟାପ ଦୌଡ଼ରେ ପରିବର୍ତ୍ତନ : 

ତେବେ ଆଇପିଏଲର ୫୭ତମ ମ୍ୟାଚ ସରିବା ପରେ ସର୍ବାଧିକ ରନ କରିଥିବା ଟପ ୧୦ ପ୍ଲେୟାର ତାଲିକାରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଶୁଭମନ ଗିଲ ଲକ୍ଷ୍ନୌ ବିପକ୍ଷରେ ୬୩ ରନ୍ ପାଳି ଖେଳି ଚତୁର୍ଥ ସ୍ଥାନକୁ ଚଢିଛନ୍ତି। ସେ ଶିଖର ଧାୱନକୁ ପଛରେ ପକାଇଦେଇଛନ୍ତି। ଅରେଞ୍ଜ କ୍ୟାପ୍ ଦୌଡରେ ଜୋସ୍ ବଟଲର ଶୀର୍ଷ ସ୍ଥାନରେ ଅଛନ୍ତି। ସେ ୬୧୮ ରନ ସଂଗ୍ରହ କରିସାରିଛନ୍ତି। ସେହିପରି ୨ୟ ସ୍ଥାନରେ ଲକ୍ଷ୍ନୌ ସୁପର ଜଏଣ୍ଟସର କ୍ୟାପ୍ଟେନ ଲୋକେଶ ରାହୁଲ, ତୃତୀୟ ସ୍ଥାନରେ ଫାଫ ଡୁପ୍ଲେସିସ , ୱାର୍ଣ୍ଣର ଷଷ୍ଠ ସ୍ଥାନରେ, କ୍ୱିଣ୍ଟନ ଡି.କକ୍ ୭ମ ସ୍ଥାନରେ ରହିଛନ୍ତି।

ପର୍ପଲ କ୍ୟାପ୍ ତାଲିକା : 

୫୭ ତମ ମ୍ୟାଚ୍ ପରେ, ପର୍ପଲ କ୍ୟାପ୍ ର ଶ୍ରେଷ୍ଠ ୧୦ ତାଲିକାରେ ଏକ ବଡ଼ ଓଲଟପାଲଟ ହୋଇଛି। ଏହି ତାଲିକାର ଶେଷସ୍ତରରେ ପରିବର୍ତ୍ତନ ହୋଇଛି। ୟୁଜଭେନ୍ଦ୍ର ଚହଲ ୨୨ ୱିକେଟ୍ ନେଇ ଶୀର୍ଷରେ ରହିଛନ୍ତି। ଆଭେଶ ଖାନ ଗୁଜୁରାଟ ବିପକ୍ଷରେ ୨ ୱିକେଟ୍ ନେଇ ୮ମ ସ୍ଥାନକୁ ଆସିଛନ୍ତି। ମୋଟ ୧୦ ଟି ମ୍ୟାଚରେ ଆବେଶ ଖାନ ୧୬ ଟି ୱିକେଟ୍ ନେଇଛନ୍ତି। ୨୧ଟି ୱିକେଟ୍ ନେଇ ହସରଙ୍ଗ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୧୮ଟି ୱିକେଟ୍ ନେଇ ରାବାଡା ତାଲିକାର ତୃତୀୟ ସ୍ଥାନରେ ରହିଛିନ୍ତି। କୁଲଦୀପ ଯାଦବ ମଧ୍ୟ ୧୮ଟି ୱିକେଟ୍ ନେଇ ଚତୁର୍ଥ ସ୍ଥାନରେ ଅଛନ୍ତି। ଚଳିତ ଆଇପିଏଲ୍ ସିଜନରେ ୧୭ ଟି ୱିକେଟ୍ ନେଇ ନଟରାଜନ୍ ପଞ୍ଚମ ସ୍ଥାନରେ ଅଛନ୍ତି।