IPL 2022: ପଞ୍ଜାବ କିଙ୍ଗ୍ସଠାରୁ ହାରିବା ପରେ ରୋହିତ ଶର୍ମାଙ୍କୁ ଲାଗିଲା ଆଉ ଗୋଟେ ଝଟକା, ଜରିମାନା ସହ ବ୍ୟାନ ହେବାର ଅଛି ଡର

 
skipper rohit sharma’s message to the entire team

କ୍ରିକେଟ୍ ଖବର: ବୁଧବାର (ଏପ୍ରିଲ 13) ଦିନ ପଞ୍ଜାବ କିଙ୍ଗସ ବିପକ୍ଷରେ ଆଇପିଏଲ ମ୍ୟାଚରେ ମନ୍ଥର ଓଭର ବୋଲିଂ କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ 24 ଲକ୍ଷ ଟଙ୍କା ଜରିମାନା ଲାଗିଛି। ଏହି ସିଜନରେ ରୋହିତଙ୍କ ମନ୍ଥର ଓଭର ବୋଲିଂ , ଦ୍ୱିତୀୟ ଥର। ଯଦି ଆଗାମୀ ମ୍ୟାଚଗୁଡିକରେ ରୋହିତ ତୃତୀୟ ଥର ପାଇଁ ମନ୍ଥର ଓଭର ବୋଲିଂ କରାନ୍ତି ତେବେ, ତାଙ୍କୁ ଗୋଟିଏ ମ୍ୟାଚ୍ ଖେଳିବା ପାଇଁ ବାରଣ ହେବ। ଆଉ 30 ଲକ୍ଷ ଟଙ୍କା ଜରିମାନା ଲାଗିବ।

mi vs punjab ipl 2022

ରୋହିତଙ୍କ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସର ଖେଳୁଥିବା ଏକାଦଶରେ ଅବଶିଷ୍ଟ ଖେଳାଳିଙ୍କୁ 6 ଲକ୍ଷ ଟଙ୍କା କିମ୍ବା ସେମାନଙ୍କ ମ୍ୟାଚ୍ ଫି ର 25 ପ୍ରତିଶତ ଜରିମାନା ଦେବାକୁ ପଡିବ।  ଆଇପିଏଲ୍ ଏହାର ଅଫିସିଆଲ୍ ୱେବସାଇଟରେ ଏକ ମିଡିଆ ରିଲିଜ୍ ଜାରି କରି ଏହାକୁ ନିଶ୍ଚିତ କରିଛି |

ଦୁଇଥର ମନ୍ଥର ଓଭର ରେଟ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ରୋହିତ ଏହି ସିଜନରେ ପ୍ରଥମ ଅଧିନାୟକ |  ଏହାପୂର୍ବରୁ ଏପ୍ରିଲ 27 ରେ ଦିଲ୍ଲୀ ବିପକ୍ଷ ମ୍ୟାଚରେ ମନ୍ଥର ଓଭର ହାର ପାଇଁ ରୋହିତଙ୍କୁ 12 ଲକ୍ଷ ଜରିମାନା କରାଯାଇଥିଲା।  ତାଙ୍କ ବ୍ୟତୀତ ଦିଲ୍ଲୀ ଦଳର ଅଧିନାୟକ ରିଷଭ ପନ୍ତ ଏବଂ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ପ୍ରତ୍ୟେକ ଥରେ ଲେଖାଏଁ ମନ୍ଥର ଓଭର ବୋଲିଂ କରାଇବାର ଅପରାଧ କରିଛନ୍ତି ।