IPL 2022: ପ୍ଲେ-ଅଫ ରୁ CSK ବାହାର ହେବା ପରେ ରାଗିଲେ ଅଧିନାୟକ ଜାଡେଜା, ସିଧା ସିଧା ଏହି ଖେଳାଳିଙ୍କୁ କଲେ ଦାୟୀ

 

କ୍ରିକେଟ ଖବର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2022 ର 38 ତମ ମ୍ୟାଚ୍ ରେ ପଞ୍ଜାବ କିଙ୍ଗସ୍ 4 ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସକୁ 11 ରନରେ ପରାସ୍ତ କରିଥିଲା। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। 

ତେବେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ୍ 20 ଓଭରରେ 4 ରନ୍ କରି 187 ରନ୍ କରିଥିଲେ।  ଟାର୍ଗେଟକୁ ଫଲୋ କରି ଚେନ୍ନାଇ ସୁପର କିଙ୍ଗ୍ସ ମାତ୍ର 6 ୱିକେଟରେ 176 ରନ୍ କରିବାରେ ସମର୍ଥ ହୋଇଥିଲା। ଚେନ୍ନାଇ ପାଇଁ ଅମ୍ବାତି ରାୟଡୁ 39 ଟି ବଲରେ 78 ରନ୍ ସଂଗ୍ରହ କରିଥିଲେ, କିନ୍ତୁ ରାବାଡା ତାଙ୍କ ୱିକେଟ୍ ନେଇ ଚେନ୍ନାଇର ବିଜୟର ଆଶା ନଷ୍ଟ କରିଦେଇଥିଲେ। 

ତେବେ ଏହି ମ୍ୟାଚ୍ ପରେ ଚେନ୍ନାଇ ଅଧିନାୟକ ରବିନ୍ଦ୍ର ଜାଡେଜା କହିଛନ୍ତି:

“ଆମେ ବହୁତ ଭଲ ଆରମ୍ଭ କରିଥିଲୁ। ତେବେ ଆମେ ଆମର ଯୋଜନାଗୁଡିକୁ ଭଲ ଭାବରେ କାର୍ଯ୍ୟରେ ଲଗାଇନାହୁଁ।  ଅମ୍ବାତି ରାୟୁଡୁ ଚମତ୍କାର ବ୍ୟାଟିଂ କରୁଥିଲେ।  ପ୍ରଥମ 6 ଓଭରରେ ଆମେ ଭଲ ଆରମ୍ଭ କରୁନାହୁଁ, ପାବାର ପ୍ଲେ ରେ ଆମ ଖେଳାଳିଙ୍କ ସ୍ଲୋ ଖେଳ ଯୋଗୁଁ ଆମେ ପଛରେ ରହିଗଲୁ ଏବଂ ଆଶା କରୁଛୁ ଆମେ ପୁଣି ଥରେ ଫେରିବୁ।