IPL 2022 Auction : ଆଇପିଏଲ୍ ଇତିହାସରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର୍ ରହିଲେ ଅନସୋଲ୍ଡ, ଜାଣନ୍ତୁ କିଏ ?

 
Amit mishara
କ୍ରିକେଟ୍ ଖବର : ଚାଲିଛି ଆଇପିଏଲ୍ ୨୦୨୨ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା। ୫୯୦ ଜଣ ଖେଳାଳିଙ୍କର ଆରମ୍ଭ ହୋଇସାରିଛି ନିଲାମ କାର୍ଯ୍ୟ। ଗତକାଲି ଆରମ୍ଭ ହୋଇଥିବା ଏହି ନିଲାମ କାର୍ଯ୍ୟରେ ଜଣେ ଆଗଧାଡ଼ିର ବୋଲରଙ୍କୁ କୌଣସି ବି ପ୍ରାଞ୍ଚାଇଜ୍ କିଣି ନାହାନ୍ତି। ଯାହାକି ସବୁଠାରୁ ଆଶ୍ଚର୍ଯ୍ୟ ଲାଗିଛି। ଏହି ବୋଲର୍ ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ୱିକେଟ୍ ନେଇଛନ୍ତି। ତେବେ ଆମେ କହୁଛୁ ଭାରତୀୟ କ୍ରିକେଟ୍ ଦଳର ଲେଗ ସ୍ପିନର ଅମିତ ମିଶ୍ରାଙ୍କ କଥା।

Amit

ଚଳିତ ଆଇପିଏଲ୍ ସିଜନ ପାଇଁ ଅମିତ ମିଶ୍ରାଙ୍କୁ କୌଣସି ବି ଫ୍ରାଞ୍ଚାଇଜ୍ କିଣିନାହାନ୍ତି। ଗତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଏହି ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଥିଲା। ତେବେ  ଏହି ଲେଗ ସ୍ପିନର ଖେଳାଳିଙ୍କ ପାଇଁ କୌଣସି ଦଳ ବିଡ୍ କରିନାହାଁନ୍ତି। ଗତ ସିଜନରେ ସର୍ବାଧିକ ୱିକେଟ୍ ନେଇଥିବା ଅମିତ ମିଶ୍ରାଙ୍କ ପ୍ରତି କେହି ବି ଫ୍ରାଞ୍ଚାଇଜ୍ ଆଗ୍ରହ ଦେଖାଇ ନାହାନ୍ତି। ତେବେ ମେଗା ନିଲାମରେ ଅମିତ ମିଶ୍ର ତାଙ୍କର ମୂଳ ମୂଲ୍ୟ ୧.୫୦ କୋଟି ରଖିଥିଲେ। କିନ୍ତୁ, ତାଙ୍କୁ ଦଳରେ ସ୍ଥାନ ଦେବା ପାଇଁ କୌଣସି ବି ଦଳ ଚିନ୍ତା କରିନାହାନ୍ତି। 

ଅମିତ ମିଶ୍ରାଙ୍କ ଆଇପିଏଲ୍ ରେକର୍ଡ ବିଷୟରେ କହିବାକୁ ଗଲେ ସେ ହେଉଛନ୍ତି ପ୍ରଥମ ସ୍ପିନର ଯିଏ ଏହି ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ୱିକେଟ୍ ନେଇଛନ୍ତି।  ସେ ଏହି ଟୁର୍ନାମେଣ୍ଟର ୧୪ ଟି ସିଜନରେ ଏପର୍ଯ୍ୟନ୍ତ ମୋଟ ୧୫୪ଟି ମ୍ୟାଚ୍ ଖେଳିଛନ୍ତି। ଏହି ୧୫୪ ଟି ସିଜନରେ ସେ ୧୬୬ ଟି ୱିକେଟ୍ ନେଇଛନ୍ତି। ଯଦିଓ ତାଙ୍କର ରେକର୍ଡ ଉତ୍କୃଷ୍ଟ ରହିଛି। କିନ୍ତୁ, ଏହା ପରେ ବି ତାଙ୍କୁ କେହି ବି ଚଳିତ ବର୍ଷର ଆଇପିଏଲ ପାଇଁ କିଣି ନାହାନ୍ତି।