IPL 2022: MI ଏବଂ CSK ପରେ, KKR ଦଳର ଅଧିନାୟକ ହେଉଛନ୍ତି ସର୍ବୋତ୍ତମ, ଜାଣନ୍ତୁ ଏହି ଖେଳାଳିଙ୍କ ବିଷୟରେ

 
IPL Top Captain

କ୍ରିକେଟ୍ ଖବର : ଅଳ୍ପ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ଫଟାପଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍ ସିଜନ ୧୫। ଚଳିତ ବର୍ଷ ୧୦ ଟି ଦଳ ମଧ୍ୟରେ ହେବ ଟାଇଟଲ ଟକ୍କର। ଆଇପିଏଲର ୧୫ ତମ ସିଜନରେ ଅନେକ ନୂଆ ଜିନିଷ ଦେଖିବାକୁ ମିଳିବ। ଦୁଇଟି ନୂତନ ଦଳ, ନୂତନ ଖେଳାଳି ଏବଂ ନୂତନ ଅଧିନାୟକ… ଆଇପିଏଲ୍ ୨୦୨୨ ରେ ଗୁଜୁରାଟ ଟାଇଟାନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦୁଇଟି ନୂତନ ଦଳ ଡେବ୍ୟୁ କରିବେ। ଟୁର୍ନାମେଣ୍ଟର ଏହି ସିଜନରେ ବେବି ଡିଭିଲିୟର୍ସଙ୍କ ପରି ଅନେକ ବିସ୍ଫୋରକ ଖେଳାଳିଙ୍କୁ ପ୍ରଥମ ଥର ଦେଖିବାକୁ ମିଳିବ।  ଶ୍ରେୟସ୍ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ୍ ରାହୁଲ, ଫାଫ୍ ଡୁ ପ୍ଲେସିସ୍, ମୟଙ୍କ ଅଗ୍ରୱାଲ୍ ଅଧିନାୟକତ୍ୱ କରୁଥିବାର ଦେଖିବାକୁ ମିଳିବ । ତେବେ ଏମାନଙ୍କ ମଧ୍ୟରେ ଶ୍ରେୟସ୍ ଆୟର ଏବଂ କେ.ଏଲ୍ ରାହୁଲ ଅଧିନାୟକତ୍ୱ କରିସାରିଛନ୍ତି, କିନ୍ତୁ ଏଥର ସେମାନେ ନୂଆ ଦଳ ପାଇଁ ଅଧିନାୟକତ୍ୱ କରୁଥିବାର ଦେଖିବାକୁ ମିଳିବ। 

ଆଇପିଏଲର ଏହି ସିଜିନର ଅଧିନାୟକଙ୍କ ବିଷୟରେ କହିଲେ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ସର୍ବୋତ୍ତମ ଅଧିନାୟକ ଅଛନ୍ତି। ରୋହିତ ଶର୍ମା ମୁମ୍ବାଇକୁ ୫ଥର ଏବଂ ଏମଏସ ଧୋନି ଚେନ୍ନାଇ ସୁପର କିଙ୍ଗସକୁ ୪ଥର ଟାଇଟଲ ଜିତାଇଛନ୍ତି। କୌଣସି ଆଇପିଏଲ୍ ଅଧିନାୟକଙ୍କ ପାଇଁ ଏହି ଦୁଇ ଅଧିନାୟକଙ୍କୁ ପରାସ୍ତ କରିବା ସହଜ ନୁହେଁ।  ଉଭୟଙ୍କ ମନରେ କେତେବେଳେ କଣ ଚାଲୁଛି ତାହା ପଢିବା ପ୍ରାୟ ଅସମ୍ଭବ ଅଟେ। ଅବଶ୍ୟ, ଆଇପିଏଲର ଏହି ସିଜନରେ, ମୁମ୍ବାଇ ଏବଂ ଚେନ୍ନାଇ ବ୍ୟତୀତ ଅନ୍ୟ ଏକ ଦଳ ଅଛି, ଯାହାର ଅଧିନାୟକ ଟିକେ ଭିନ୍ନ, ତାଙ୍କ ଦିମାଗରେ କେତେବେଳେ କଣ ଚାଲିଥାଏ ତାହା ଜାଣିବା ବହୁତ ମୁସ୍କିଲ। ଆଉ ଏହି ଅଧିନାୟକ ଜଣକ ହେଲେ କୋଲକାତା ନାଇଟ୍ ରାଇଡର୍ସର୍ ଅଧିନାୟକ ଶ୍ରେୟସ୍ ଆୟର। 

Shreyas iyer

ରୋହିତ ଶର୍ମା ଏବଂ ଧୋନିଙ୍କ ବ୍ୟତୀତ, ଯଦି ଆମେ ଆଇପିଏଲ୍ ୨୦୨୨ ର ଶ୍ରେଷ୍ଠ ଅଧିନାୟକଙ୍କ ବିଷୟରେ ଆଲୋଚନା କରିବା, ତେବେ ଏହି ମାମଲାରେ ଶ୍ରେୟସ୍ ଆୟରଙ୍କ ନାମ ଶୀର୍ଷରେ ଆସିବ, ଯିଏ ଏଥର କୋଲକାତା ନାଇଟ୍ ରାଇଡର୍ସ ପାଇଁ ଅଧିନାୟକତ୍ୱ କରିବେ। ମେଗା ନିଲାମରେ ଆୟରକୁ 12.25 କୋଟିରେ କିଣିଛି କୋଲକାତା ନାଇଟ ରାଇଡ଼ର୍ସ। ଚଳିତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଆୟରଙ୍କୁ ରିଲିଜ ପାଇଁ ଛାଡିଦେଇଥିଲା। ଆଉ ଯାହା ଫଳରେ KKR ଫ୍ରାଞ୍ଚାଇଜ ତାଙ୍କୁ କିଣିଥିଲା। ରୋହିତ ଏବଂ ଧୋନିଙ୍କ ବ୍ୟତୀତ ସେ ଟୁର୍ନାମେଣ୍ଟର ଶ୍ରେଷ୍ଠ ଅଧିନାୟକ ଭାବରେ ବିବେଚିତ ହେବେ।

ଆୟରଙ୍କୁ ଶ୍ରେଷ୍ଠ ଅଧିନାୟକ ଭାବରେ ମଧ୍ୟ ବିବେଚନା କରାଯାଏ କାରଣ ଦିଲ୍ଲୀ ଦଳକୁ ଆଗେଇ ନେବାରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଛି। ଆଉ ଏହି ଦଳକୁ ସେ ଫାଇନାଲକୁ ନେଇଥିଲେ। ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ଫାଇନାଲରେ ପହଁଚିଥିଲା। ତେଣୁ ବିଶ୍ୱାସ କରାଯାଉଛି ଯେ, ଚଳିତବର୍ଷ ସେ କୋଲକାତାକୁ ଟାଇଟଲ ଟ୍ରଫି ଜିତାଇବାକୁ ଆପ୍ରାଣ ଉଦ୍ୟମ କରିବେ।