IPL ମେଗା ଆକ୍ସନର ପ୍ରଥମ ଦିନରେ ଘଟିଥିଲା ଏହିଭଳି କେତୋଟି ଆଶ୍ଚର୍ଯ୍ୟକର ଘଟଣା, ପଢିଲେ ଆପଣ ବି ହେବେ ତାଯୁବ

 
Tata IPL
କ୍ରିକେଟ୍ ଖବର : ଆଉ ଅଳ୍ପ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଆଇପିଏଲ୍। ଏହି ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ପ୍ରତ୍ୟେକ କ୍ରିକେଟର ଚାହିଁଥାନ୍ତି। କେତେକ ଖେଳାଳିଙ୍କର ସ୍ୱପ୍ନ ପୂରଣ ହୁଏ ଆଉ କେତେକଙ୍କର ସ୍ୱପ୍ନ ପୂରଣ ହୋଇ ନ ଥାଏ। କାରଣ ତଳ ସ୍ତରରୁ ବହୁତ ପରିଶ୍ରମ କଲେ ହିଁ ଆଇପିଏଲରେ ଖେଳିବାକୁ ସ୍ଥାନ ମିଳିଥାଏ। କାରଣ ଆଇପିଏଲ ହେଉଛି ଦେଶ ପାଇଁ ଖେଳିବାର ପ୍ରାରମ୍ଭିକ ପର୍ଯ୍ୟାୟ। ଏଥିରୁ ଭଲ ଭଲ ଖେଳାଳି ଚୟନ ହୋଇ ଦେଶ ପାଇଁ ଖେଳିଥାନ୍ତି। ତେବେ ଚଳିତ ବର୍ଷର ଆଇପିଏଲ୍ ମେଗା ନିଲାମରେ କିଛି ଏଭଳି ଚିତ୍ର ଦେଖିବାକୁ ମିଳିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଚାଲନ୍ତୁ ନଜର ପକାଇବା କେତେକ ଖେଳାଳିଙ୍କର ରିପୋର୍ଟ ଉପରେ।

ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ତାଙ୍କ ପୂର୍ବତନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାରା ୧୫.୨୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ସେ ଆଇପିଏଲ ଇତିହାସରେ ଦ୍ୱିତୀୟ ମହଙ୍ଗା ଭାରତୀୟ ଖେଳାଳି ହୋଇପାରିଛନ୍ତି। ୧୨.୨୫ କୋଟି ଟଙ୍କାରେ କୋଲକତା କିଣିଥିବା ଶ୍ରେୟାସ ଆୟରଙ୍କୁ ପଛରେ ପକାଇ ଇଶାନ୍ କିଶାନ ଏହି ସ୍ଥାନ ହାସଲ କରିଛନ୍ତି। ଚଳିତ ବର୍ଷର ନିଲାମରେ ଇଶାନ୍ କିଶାନ୍ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି। 

Punjab Kings (PBKS) Full Squad after IPL Mega Auction 2022 retained and Full player list

ଆଇପିଏଲ୍ ନିଲମରେ କିଶାନଙ୍କ ବ୍ୟତୀତ ଶ୍ରୀଲଙ୍କାର ଲେଗ ସ୍ପିନର ୱାନିନ୍ଦୁ ହାସରାଙ୍ଗା ଏବଂ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ୍ ନିକୋଲାସ ପୁରାନଙ୍କୁ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ କିଣାଯାଇଥିଲା। ଯାହାକି ଏକ ବଡ଼ ଆଶ୍ଚର୍ଯ୍ୟକର ଡିଲ ଥିଲା। ସେହିଭଳି ୱାଶିଂଟନ୍ ସୁନ୍ଦର ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଏକ କଡାଟକ୍କର ଦେଖିବାକୁ ମିଳିଥିଲା। ଅଫ୍ ସ୍ପିନ୍ ଅଲରାଉଣ୍ଡର ସୁନ୍ଦରଙ୍କୁ କିଣିବା ପାଇଁ ଗୁଜୁରାଟ, ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଶେଷରେ ହାଇଦ୍ରାବାଦ ଉଚ୍ଚ ବିଡ଼ ଲଗାଇ ସୁନ୍ଦରଙ୍କୁ ୮.୭୫ କୋଟିରେ କିଣିଥିଲା।

ଠିକ ସେହିପରି କ୍ରୁନାଲ ପାଣ୍ଡ୍ୟାଙ୍କୁ କିଣିବା ପାଇଁ ଚେନ୍ନାଇ, ପଞ୍ଜାବ, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ମୁହାଁମୁହିଁ ହୋଇଥିଲେ। ତା’ପରେ ଗୁଜୁରାଟ ମଧ୍ୟ ପାଣ୍ଡ୍ୟାଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇଲା, କିନ୍ତୁ ଶେଷରେ ଲକ୍ଷ୍ନୌ ୮.୭୫ କୋଟି ଟଙ୍କାରେ ତାଙ୍କୁ କିଣିଥିଲା। ଅନ୍ୟପଟେ ଚେନ୍ନାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦ ଦଳ ଅମ୍ବାତି ରାୟୁଡୁଙ୍କୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଚେନ୍ନାଇ ୬.୭୫ କୋଟି ଟଙ୍କାରେ ରାଇଡୁଙ୍କୁ କିଣିଥିଲା।