ହିଟମେୟର ପତ୍ନୀଙ୍କ ଉପରେ ଲଜ୍ଜାଜନକ କମେଣ୍ଟ୍ କଲେ ଗାଭାସ୍କର, କହିଲେ ହିଟମେୟରଙ୍କ ପତ୍ନୀ ଏବେ ଡେଲିଭର କଲେ ଏବଂ...

 
gavaskar himeyar wife

କ୍ରିକେଟ ଖବର : ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ସୁନିଲ ଗାଭାସ୍କର ପୁଣିଥରେ ବିବାଦରେ ଛନ୍ଦିହୋଇଛନ୍ତି । ଏଥର ପୁଣିଥରେ ନିଜ ବୟାନକୁ ନେଇ ବିବାଦ ଘେରକୁ ଚାଲିଆସିଛନ୍ତି । ଗାଭାସ୍କର ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଶୁକ୍ରବାର ହେଉଥିବା ମୁକାବିଲାରେ କମେଣ୍ଟ୍ରି କରୁଥିବା ସମୟରେ ଶିମରନ ହେଟମେୟାର ଓ ତାଙ୍କ ପତ୍ନୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଆଉ ଏହି ବୟାନ ପାରେ ତାଙ୍କୁ ସୋସିଆଲ୍ ମିଡ଼ିଆରେ ଟ୍ରୋଲର ଶିକାର ହେବାକୁ ପଡ଼ିଛି।

Shimron Hetmyer

ହେଟମେୟର ରାଜସ୍ଥାନ ପାଳିର ୧୫ତମ ଓଭରରେ ବୋଲିଂ ପାଇଁ ମଇଦାନକୁ ଓହ୍ଲାଇଥିଲେ, ସେହି ସମୟରେ ଗାଭାସ୍କର କମେଣ୍ଟ୍ରି କରୁଥିଲେ । ସେ ଆସିବା କ୍ଷଣି ଗାଭାସ୍କର କହିଥିଲେ ଯେ, ଶିମରନ ହେଟମାୟାରଙ୍କ ପତ୍ନୀ ଡିଲିଭର କରିଦେଇଛନ୍ତି । ଏବେ ହେଟମେୟର କଣ ରାଜସ୍ଥାନ ରୟାଲସ ପାଇଁ ଡେଲିଭର କରିବେ କି?

ତେବେ ନିକଟରେ ହେଟମେୟର ପିତା ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି ଏବଂ ଏହି ମୁକାବିଲା ପୂର୍ବରୁ ପ୍ରଥମ ଶିଶୁର ଜନ୍ମ ପାଇଁ ଘରକୁ ଫେରିଯାଇଥିଲେ । ଏହି କାରଣରୁ ରାଜସ୍ଥାନ ରୟାଲ୍ସ ପାଇଁ ଗୋଟିଏ ମ୍ୟାଚ ଖେଳିପାରିନଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି ଗାଭାସ୍କର କମେଣ୍ଟ୍ରି କରିଥିଲେ। ତେବେ ଗାଭାସ୍କରଙ୍କର ଏହି କଥାକୁ ପ୍ରଶଂସକମାନେ ପସନ୍ଦ କରୁନାହାଁନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କୁ ଆଇପିଏଲର କମେଣ୍ଟ୍ରି ପଦରୁ ହଟାଇବାକୁ ଦାବି କରିଛନ୍ତି।