IPL 2022: ଫର୍ମକୁ ଫେରିଲେ ଧୋନିଙ୍କ ଚାମ୍ପିଅନ୍ ଖେଳାଳି, ଏଥର CSK ଦଳକୁ ପରାସ୍ତ କରିବା ହେବ କଷ୍ଟ

 
csk jadeja said

କ୍ରିକେଟ୍ ଖବର : ଇଣ୍ଡିଆନ୍ସ ପ୍ରିମିୟର ଲିଗ୍ ୨୦୨୨ର ୨୯ତମ ମୁକାବିଲାରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ଗୁଜୁରାଟ ଓ ଚେନ୍ନାଇ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳୁନଥିଲେ। ତାଙ୍କ ସ୍ଥାନରେ ରଶିଦ ଖାନ ଟିମର ମଙ୍ଗ ସମ୍ଭାଳିଥିଲେ। ସେ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ ।

ଚେନ୍ନାଇ ସୁପରକିଙ୍ଗସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲା । ଚେନ୍ନାଇର ୫ମ ୱିକେଟ ଶେଷ ବଲରେ ହିଁ ପଡ଼ିଥିଲା । ଶିବମ ଦୁବେ ୧୯ ରନରେ ରନ ଆଉଟ ହୋଇଥିଲେ । ରବିନ୍ଦ୍ର ଜାଡ଼େଜା ୧୨ ବଲରେ ୨୨ ରନ ସଂଗ୍ରହ କରି ରନଆଉଟ ହୋଇଥିଲେ। ଚେନ୍ନାଇ ପକ୍ଷରୁ ରିତୁରାଜ ଗାୟକୱାଡ଼ ସବୁଠାରୁ ଅଧିକ ୭୩ ରନ୍ କରିଥିଲେ। 

csk rituraj jadeja

ଏହି ମ୍ୟାଚ୍‌ରେ ରିତୁରାଜ ଗାଇକୱାଡ ଅର୍ଦ୍ଧଶତକ ହାସଲ କରି ନିଜ ପୁରୁଣା ବିସ୍ଫୋରକ ଫର୍ମକୁ ଫେରିଥିଲେ। ମିଡ୍ ଇନିଂସ ବ୍ରେକ୍ ରେ ସେ କହିଛନ୍ତି, ଦୀର୍ଘ ସମୟ ପରେ ରନ୍ ସ୍କୋର କରିଥିବାରୁ ମୁଁ ଭଲ ଅନୁଭବ କରୁଛି।  ଟିକିଏ ନିରାଶ ହୋଇଛି ଯେ ମୁଁ ଖେଳ ଶେଷ କରିପାରୁ ନାହିଁ। CSK ପରିଚାଳନା ଏବଂ ସେଟ୍ ଅପ୍ ଚାରିପାଖରେ ବହୁତ ସକାରାତ୍ମକ ଲୋକ ଅଛନ୍ତି, ମୁଁ ଏଠାରେ ରହିବାକୁ ବହୁତ ଭାଗ୍ୟବାନ ମନେ କରେ ତେଣୁ ସେମାନେ ମୋତେ ସକରାତ୍ମକ ରହିବାକୁ ସାହାଯ୍ୟ କରନ୍ତି।