CSK କୁ ପ୍ଲେଅଫରେ ସ୍ଥାନ ପାଇବାକୁ ହେଲେ ଜାଡ଼େଜାଙ୍କୁ ନେବାକୁ ପଡ଼ିବ ଏହି 2ଟି କଠିନ ନିଷ୍ପତ୍ତି, ନହେଲେ ଘରକୁ ଫେରିବା ନିଶ୍ଚିତ

 

କ୍ରିକେଟ୍ ଖବର : ଆଇପିଏଲ ୨୦୨୨ ଆରମ୍ଭ ହୋଇସାରିଛି। ଏହି ସିଜିନରେ ସିଏସକେ ଦଳ ଏକ ଅଲଗା ରେକର୍ଡ ତିଆରି କରିଛନ୍ତି । ଦେଖିବାକୁ ଗଲେ ଆଇପିଏଲ ଇତିହାସରେ ଏହା ପ୍ରଥମ ରେକର୍ଡ ହୋଇଛି ଯେତେବେଳେ କି ସିଏସକେ ଟିମ୍ ପ୍ରଥମ ୪ଟି ମ୍ୟାଚ ହାରିସାରିଛି । ଲଗାତାର ପରାଜୟ ପରେ ସମସ୍ତ ପ୍ରଶଂସକ ଓ ଟିମ୍ ମ୍ୟାନେଜମେଣ୍ଟ ବହୁତ ଦୁଃଖିତ ଅଛନ୍ତି।

ଦେଖିବାକୁ ଗଲେ ଚଳିତ ସିଜିନରେ ସିଏସକେର ଅଧିକ ତ୍ରୁଟି ଦେଖିବାକୁ ମିିଳିଛି । ବର୍ତ୍ତମାନ ଏହି ସବୁ ତ୍ରୁଟିକୁ ତୁରନ୍ତ ସୁଧାରିବାର ସମୟ ଆସିଯାଇଛି । ତେବେ ଆସନ୍ତୁ ଜାଣିବା ସେହି 2ଟି କଠିନ ନିଷ୍ପତ୍ତିଗୁଡ଼ିକ ଯାହା ଚଳିତ ବର୍ଷରେ ପ୍ଲେଅଫରେ ସ୍ଥାନ ପକ୍କା କରିବାକୁ ହେଲେ ନେବାକୁ ପଡିବ ଚେନ୍ନାଇ ପଲଟନକୁ।

ଜାଡ଼େଜାଙ୍କୁ ନେବାକୁ ପଡ଼ିବ କଠିନ ନିଷ୍ପତ୍ତି:

1. CSK ର ଖରାପ ପ୍ରଦର୍ଶନରେ ପ୍ରଥମ ନାମ ହେଉଛି ଓପନିଂ ଯୋଡ଼ିର ଖରାପ ପ୍ରଦର୍ଶନ ମଧ୍ୟ ରହିଛି । ସିଜିନର ପ୍ରଥମ ମ୍ୟାଚରେ ଚେନ୍ନାଇ ପାଇଁ ଡେଭୋନ କାନଭେଙ୍କୁ ଭଲ ଅବସର ଦିଆଯାଇଛି । ଦେଖିବାକୁ ଗଲେ ଟିମ ମ୍ୟାନେଜମେଣ୍ଟର ଏହା ସୂଚନା ଯେ କାନଭେ, ଫାଫ ଡୁ ପ୍ଲେସିସଙ୍କ ଅନୁପସ୍ଥିତିକୁ ପୂରା କରିପାରିବେ । ପ୍ରଥମ ମ୍ୟାଚ ପରେ ତାଙ୍କୁ ଟିମରୁ ବାହାର କରିଦିଆଯାଇଥିଲା । ଏହି ବିଜୟ ହାସଲ କରିବା ପାଇଁ ଟିମରେ ଏକ ବଡ଼ ପରିବର୍ତ୍ତନର ଆବଶ୍ୟକତା ରହିଛି । କିନ୍ତୁ ସବୁଠାରୁ ବଡ଼ ପରିବର୍ତ୍ତନ ଏହା ଯେ, ଓପନିଂରେ ପରିବର୍ତ୍ତନ ଅଣାଯିବା ଦରକାର । 

2. ସେହିପରି ସିଏସକେ ମେଗା ନିଲାମୀ ୨୦୨୨ରେ ସବୁଠାରୁ ଦ୍ରୁତ ବୋଲର ଦୀପକ ଚହରଙ୍କୁ ୧୪କୋଟିରେ କିଣିଥିଲା । କିନ୍ତୁ ଆହତ କାରଣରୁ ଏପର୍ଯ୍ୟନ୍ତ ସେ ଗୋଟିଏ ବି ମ୍ୟାଚ ଖେଳିପାରିନାହାନ୍ତି । ଟିମ ପାଇଁ ତାଙ୍କର ଅନୁପସ୍ଥିତି ବେଶି ମହଙ୍ଗା ପଡ଼ୁଛି । ଦୀପକଙ୍କ ଆହତ ପରେ ଟିମ ମ୍ୟାନେଜମେଣ୍ଟ ଲଗାତାର ତାଙ୍କର ବିକଳ୍ପ କିଏ ହେବ ସେ ନେଇ ଚିନ୍ତା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରିନାହିଁ ।