କଣ ଏବେ ମଧ୍ୟ ମୁମ୍ବାଇ ଆଉ ଚେନ୍ନାଇ ପ୍ଲେ ଅଫ ପାଇଁ କ୍ୱାଲିଫାଏ କରିପାରିବେ ? ଆସନ୍ତୁ ଜାଣିବା କଣ କହୁଛି ଗଣିତ

 

କ୍ରିକେଟ୍ ଖବର : ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ ଏହି ଦୁଇ ଟିମ୍ ଆଇପିଏଲ ଇତିହାସର ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ ଅଟେ। ଏହି ୨ ଟିମ୍ ଆଇପିଏଲ ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୯ଟି ଟାଇଟଲ ନିଜ ଅକ୍ତିଆରରେ କରିଛନ୍ତି । ଯେଉଁଥିରେ ମୁମ୍ବାକୁ ୫ଟି ଓ ସିଏସକେକୁ ୪ଟି ମିଳିଛି । ଏବେ କିନ୍ତୁ ଏହି ଫ୍ରାଞ୍ଚାଇଜ ଚଳିତ ଆଇପିଏଲରେ ଏକପ୍ରକାର ଖରାପ ଆରମ୍ଭ କରିଛନ୍ତି ।

ଏହି ୨ ଟିମକୁ ହିଁ ନିଜର ୩ଟି ପ୍ରାରମ୍ଭିକ ମ୍ୟାଚରେ ବିଫଳତାର ସ୍ୱାଦ ଚାଖିବାକୁ ପଡ଼ିଥିଲା । ସିଏସକେ ପାଇଁ ଏହା ଏକ ପ୍ରଥମ ଘଟଣା ଅଟେ କି ଟିମ୍ ପ୍ରଥମ ୩ଟି ଯାକ ପ୍ରାରମ୍ଭିକ ମ୍ୟାଚ ହାରିଛି । କିନ୍ତୁ ମୁମ୍ବାଇ ଟିମ ସହିତ କିନ୍ତୁ ଏହା ବହୁତଥର ହୋଇଛି । ଉଲ୍ଲେଖନୀୟ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ ଏହି ୨ଟି ଯାକ ଟିମ୍ ମଧ୍ୟରେ ଏବେ ଆହୁରି ୧୧ଟି ମ୍ୟାଚ ବାକି ରହିଛି ।

ଏହି ସିଜିନରେ ୧୦ଟି ଫ୍ରାଞ୍ଜାଇଜ୍ ଆଇପିଏଲର ଭାଗିଦାରୀ ରହିଛନ୍ତି । ଏଥିପାଇଁ ୮ଟି ଟିମ୍ ର ଟୁର୍ଣ୍ଣାମେଣ୍ଟ ସ୍ଥାନରେ ୧୦ଟି ମଧ୍ୟରେ ଚାଲିଥିବା ସଂଘର୍ଷରେ ଏହି ଫ୍ରାଞ୍‌ଜାଇଜ୍ରର ଫ୍ଲୋଅଫରେ ପହଞ୍ôଚବା ସମ୍ଭାବନା ଟିକିଏ କମ୍ ଦେଖାଯାଉଛି ।

ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ ଫ୍ୟାନ୍ସଙ୍କୁ ଏକ ଆଶ୍ୱସ୍ତିକର ଖବର ଏହା ରହିବ ଯେ, ଆଇପିଏଲ ୨୦୧୪ ପ୍ରାରମ୍ଭିକ ୩ଟି ଯାକ ମ୍ୟାଚ ହାରିଥିବା ଫ୍ରାଞ୍ଜାଇଜ ଫ୍ଲୋଅଫ ପାଇଁ କ୍ଲାଲିଫାଏ କରିବାରେ ସଫଳ ହୋଇଥିଲେ । ଏହା ଅନ୍ୟ କୌଣସି ଟିମ୍ ନୁହେଁ ବରଂ ମୁମ୍ବାଇ ଇଣ୍ଡିଆନ୍ସ ହିଁ ରହିଥିଲା ।