ଦେଖନ୍ତୁ ଭିଡ଼ିଓ: IPL 2022 ରେ ସବୁଠାରୁ ଅଧିକ ରନ୍ କରିଥିବା ବଟଲରଙ୍କୁ ଚକମା ଦେଲେ ଆଭେଶ, କଲେ ସିଧା ବୋଲ୍ଡ

 

କ୍ରିକେଟ ଖବର : ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟାଟା ଆଇପିଏଲ୍ 2022 ର 63 ତମ ମ୍ୟାଚ୍ ମୁମ୍ବାଇର ବ୍ରାବ୍ରାନ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଆଉ ଏହି ମ୍ୟାଚକୁ ରାଜସ୍ଥାନ 24 ରନରେ ବିଜୟ ହାସଲ କରିଛି। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।  ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ରାଜସ୍ଥାନ ରୟାଲ୍ସର ଓପନର୍ ଜୋସ୍ ବଟଲର ଏବଂ ଯଶସ୍ୱୀ ଜୈସୱାଲ ଇନିଂସକୁ ଭଲ ଆରମ୍ଭ କରିପାରିନଥିଲେ ଏବଂ ରାଜସ୍ଥାନ ରୟାଲ୍ସ ଓପନର୍ ଜୋସ୍ ବଟଲର ତୃତୀୟ ଓଭରରେ ଆଉଟ୍ ହୋଇଥିଲେ। କିନ୍ତୁ ଯଶସ୍ୱୀ ଖେଳକୁ ଆଗକୁ ନେବାକୁ କ୍ରିଜରେ ରହି ଖେଳୁଥିଲେ। ଯଦ୍ୱାରା ସେ 29 ଟି ବଲରେ ଦମଦାର୍ 41 ରନ ସଂଗ୍ରହ କରିଥିଲେ। 

କିନ୍ତୁ ବଟଲରଙ୍କ ଖେଳ ନୈରାଶ୍ୟଜନକ ଥିଲା। ସେ ଇନିଂସ ଆରମ୍ଭର ତୃତୀୟ ଓଭରରେ ହିଁ ଆଭେଶ ଖାନଙ୍କ ବୋଲିଂ ଆଗରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ସେ ମାତ୍ର 6ଟି ବଲ୍ ଖେଳି 2 ରନ କରିବାରେ ସମର୍ଥ ହୋଇଥିଲେ। ଲକ୍ଷ୍ନୌ ସୁପରଜିଆଣ୍ଟସର ଯୁବ ବୋଲର ଆଭେଶ ଖାନ ଘଣ୍ଟାପ୍ରତି 136.8 କିଲୋମିଟର ବେଗରେ ଏକ ଇନ-ଆଙ୍ଗଲ୍ ବଲ୍ ବୋଲିଂ କରିଥିଲେ। ଏହା ତୃତୀୟ ଓଭରର ଦ୍ୱିତୀୟ ବଲ୍ ରହିଥିଲା। ପୂର୍ବ ଯୋଜନା ଅନୁଯାୟୀ ଜୋସ୍ ବଟଲର୍ ଏହି ବଲରେ ସ୍କପ୍ ସଟ୍ ଖେଳିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ବଲ୍ ବ୍ୟାଟ୍ ସହିତ ସଠିକ୍ ଭାବରେ ଯୋଗାଯୋଗ କରିପାରିଲା ନାହିଁ, ଯେଉଁ କାରଣରୁ ବଲ୍ ଅଫ୍ ଷ୍ଟମ୍ପ ବାଜିଥିଲା। ଆଉ ଜୋସ୍ ବଟଲର୍ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ। ଜୋସ୍ ବଟଲରଙ୍କୁ ଆଉଟ୍ କରିବା ପରେ ଆବେଶ ଖାନ ବହୁତ ଉତ୍ସାହିତ ନଜର ଆସିଥିଲେ।

ଯଦି ଆମେ ଏହି ମ୍ୟାଚ ବିଷୟରେ କଥା ହେବା ତେବେ, ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 6 ୱିକେଟ୍ ହରାଇ 178 ରନ କରିଥିବା ବେଳେ, 179 ରନର ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସୁପରଜିଆଣ୍ଟସ୍ 20 ଓଭରରେ 8 ୱିକେଟ୍ ହରାଇ 154 ରନରେ ସୀମିତ ରହିଗଲା। ଯାହା ଫଳରେ ରାଜସ୍ଥାନ ଦଳ 24 ରନରେ ମ୍ୟାଚ ବିଜୟୀ ହୋଇଥିଲା।

ଦେଖନ୍ତୁ ଭିଡ଼ିଓ: