ଅରେଞ୍ଜ କ୍ୟାପ ତାଲିକାରେ ବଟଲର୍ ଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ଏହି ଖେଳାଳି, ଦେଖନ୍ତୁ ଟପ ୫ ଲିଷ୍ଟ

 
rr vs lsg

କ୍ରିକେଟ୍ ଖବର୍ : ଆଇପିଏଲ ୨୦୨୨ର ୬୩ତମ ମୁକାବିଲା ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଓ ରାଜସ୍ଥାନ ରୟାଲର୍ସ ମଧ୍ୟରେ ଖେଳାଯାଇଥିଲା ଯେଉଁଥିରେ ରାଜସ୍ଥାନ ଏହି ମ୍ୟାଚକୁ ୨୪ ରନରେ ବିଜୟ ହାସଲ କରିଥିଲା। ରାଜସ୍ଥାନ ରୟାଲସର ଖେଳାଳି ଜୋସ ବଟଲର ଅରେଞ୍ଜ କ୍ୟାପ ତାଲିକାରେ ଏବେ ବି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

jos buttler

ଚଳିତ ଆଇପିଏଲ୍ ସିଜନରେ ଜୋସ ବଟଲରଙ୍କର ସର୍ବାଧିକ ସ୍କୋର ୧୧୬ ରହିଛି। ସେ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ୬୫ ବଲରେ ୯ଟି ଚୌକା ଓ ୯ଟି ଛକା ସହାୟତାରେ ଏହି ରନ ସଂଗ୍ରହ କରିଥିଲେ । ବଟଲର ୧୩ଟି ମ୍ୟାଚରେ ୬୨୭ ରନ ସଂଗ୍ରହ କରିଛନ୍ତି । ଆଇପିଏଲ ୨୦୨୨ର ଅରେଞ୍ଜ କ୍ୟାପ ତାଲିକାରେ ଦ୍ୱିତୀୟ ସ୍ଥାନରେ ଲକ୍ଷ୍ନୌ ସୁପର ଜାଏଣ୍ଟସର କ୍ୟାପ୍ଟେନ କେ.ଏଲ ରାହୁଲ ରହିଛନ୍ତି । ରାହୁଲ ୧୩ଟି ମ୍ୟାଚରେ ୪୬୯ ରନ ସଂଗ୍ରହ କରିଛନ୍ତି।

ସେହିଭଳି ତୃତୀୟ ସ୍ଥାନରେ ଡେଭିଡ଼ ୱାର୍ଣ୍ଣର, ଚତୁର୍ଥରେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଦୀପକ ହୁଡ଼ା, ପଞ୍ଚମ ରେ ଶୁଭମନ ଗିଲ ରହିଛନ୍ତି । ୬ଷ୍ଠ ସ୍ଥାନରେ ପଞ୍ଜାବ କିଙ୍ଗସର ଧୂଆଁଧାର ଓପନର୍ ଶିଖର ଧାୱନ ରହିଛନ୍ତି ।