IPL 2022: ବାକି ରହିଥିବା ମ୍ୟାଚ ରେ ଖେଳିବେ କି ନାହିଁ, ଜାଡ଼େଜା ଏବଂ ପୃଥ୍ୱୀ ଶ”ଙ୍କୁ ନେଇ ଆସିଲା ବଡ଼ ଅପଡେଟ, ପଢ଼ନ୍ତୁ ରିପୋର୍ଟ

 
jadeja and prithivi

କ୍ରିକେଟ ଖବର : ଚେନ୍ନାଇ ସୁପରକିଙ୍ଗସର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଆଇପିଏଲ ୨୦୨୨ରୁ ବାଦ୍ ପଡ଼ିସାରିଛନ୍ତି । ଜାଡ଼େଜାଙ୍କୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ଆଘାତ ଲାଗିଥିଲା। ତେଣୁ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ ବିପକ୍ଷ ମ୍ୟାଚରେ ବାଦ୍ ଦିଆଯାଇଥିଲା।

ravindra-jadeja-ipl

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟିମ ମ୍ୟାନେଜମେଣ୍ଟ ସୂଚନା ମୁତାବକ ଜାଡ଼େଜାଙ୍କ ଆହତରେ କୌଣସି ସୁଧାର ଆସିନାହିଁ । ତେଣୁ ଟିମ ମ୍ୟାନେଜମେଣ୍ଟ ଜାଡ଼େଜାଙ୍କ ଖେଳିବାକୁ ନେଇ କୌଣସି ରିସ୍କ ନ ନେବାକୁ ନିଷ୍ପତି ନେଇଛି । ଆଉ ବାକି ଥିବା ମ୍ୟାଚ ଗୁଡ଼ିକରେ ଜାଡେଜାଙ୍କୁ ଆଉ ଦଳରେ ସାମିଲ କରାଯିବ ନାହିଁ ବୋଲି ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ସୂଚନା ଦେଇଛି ଚେନ୍ନାଇ ସୁପରକିଙ୍ଗସ। 

ଏହାସହିତ ଆଉ ଏକ ଟିମକୁ ଝଟକା ମଧ୍ୟ ଲାଗିଛି । ଦିଲ୍ଲୀ କ୍ୟାପିଟାଲର ଓପନର ପୃଥ୍ୱୀ ଶ' ମଧ୍ୟ ଆଇପିଏଲ ୨୦୨୨ରୁ ବାଦ୍ ହୋଇସାରିଛନ୍ତି । ଭୀଷଣ ଜ୍ୱର ହେତୁ ସେ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭତ୍ତି କରାଯାଇଛି। ଏହାକୁ ନେଇ ସେ ନିଜେ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରିସାରିଛନ୍ତି। ଦିଲ୍ଲୀର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଙ୍ଗ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସମୀକ୍ଷକଙ୍କ ସହ କଥାବାର୍ତ୍ତା କରୁଥିବାବେଳେ କହିଛନ୍ତି ଯେ ପୃଥ୍ୱୀ ଶ' ଆଇପିଏଲ ୨୦୨୨ର ଆଉ ବାକି ମ୍ୟାଚ ଖେଳିବେ ନାହିଁ। ସେ ଦଳରୁ ବାଦ୍ ପଡ଼ିଛନ୍ତି।