ଶ୍ରୀସନ୍ତଙ୍କ IPL ଖେଳିବା ସ୍ୱପ୍ନକୁ ଏମିତି ଭାବରେ ଭାଙ୍ଗି ଦେଲା BCCI, ପୁଣି ଭାଙ୍ଗି ପଡିଲେ ଶ୍ରୀସନ୍ତ, ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

 
Sourav and shreesantha

କ୍ରିକେଟ ଖବର : ଚଳିତ ବର୍ଷ ହେବାକୁ ଥିବା ଆଇପିଏଲର ମେଗା ନିଲାମ ଆସନ୍ତା ୧୨ ଏବଂ ୧୩ ତାରିଖରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସମୁଦାୟ ୧୦ ଟି ଦଳ ଅଂଶଗ୍ରହଣ କରିବେ। ତେବେ ଏହାରି ମଧ୍ୟରେ ଭାରତର ପୂର୍ବତନ ଫାଷ୍ଟ ବୋଲର ଏସ ଶ୍ରୀସନ୍ଥ ମଧ୍ୟ ମେଗା ନିଲାମ ପାଇଁ ନିଜକୁ ପଞ୍ଜୀକୃତ କରିଥିଲେ ଏବଂ ନିଜର ବେସ୍ ମୂଲ୍ୟ ୫୦ ଲକ୍ଷ ଟଙ୍କା ରଖିଥିଲେ। କିନ୍ତୁ ଏତେ ବର୍ଷ ପରେ ବି ଶ୍ରୀସନ୍ତଙ୍କର ଆଇପିଏଲ୍ ଖେଳିବାର ସ୍ୱପ୍ନକୁ ବିସିସିଆଇ ଭାଙ୍ଗି ଦେଇଛି । 

sree santh

ସୂଚନାଯୋଗ୍ୟ ଯେ,ଏଥର ୧୨୦୦ ରୁ ଅଧିକ ଖେଳାଳି ଆଇପିଏଲ୍ ୨୦୨୨ ର ମେଗା ନିଲାମ ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ, କିନ୍ତୁ ସେଥିମଧ୍ୟରୁ କେବଳ ୫୯୦ ଖେଳାଳିଙ୍କୁ ନିଲାମରେ ସାମିଲ କରିଛି ବିସିସିଆଇ। ବାସ୍ତବରେ, ୫୯୦ ଜଣ ଖେଳାଳିଙ୍କୁ ଆଇପିଏଲ ୨୦୨୨ ପାଇଁ ମେଗା ନିଲାମରେ ସର୍ଟଲିଷ୍ଟ କରାଯାଇଛି  ।

ଯେଉଁଥିରେ ୩୭୦ ଜଣ ଭାରତୀୟ ଏବଂ ୨୨୦ ଜଣ ବିଦେଶୀ ଖେଳାଳି ସାମିଲ ରହିଛନ୍ତି। କିନ୍ତୁ ଦୀର୍ଘ ୭ ବର୍ଷ ହେଲା ଆଇପିଏଲ ଖେଳିବାର ସ୍ୱପ୍ନ ଦେଖୁଥିବା ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ ଶ୍ରୀସନ୍ଥଙ୍କର ସ୍ୱପ୍ନକୁ ପୁଣି ଭାଙ୍ଗି ଦେଇଛି ବିସିସିଆଇ ।

ଶ୍ରୀସନ୍ତ ଗତ ବର୍ଷ ଆଇପିଏଲ୍ ପାଇଁ ୭୫ ଲକ୍ଷ ଟଙ୍କା ନିଜର ବେସ୍ ପ୍ରାଇସ ରଖିଥିଲେ। ଆଉ ଚଳିତ ବର୍ଷର ଆଇପିଏଲର ମେଗା ନିଲାମ ପାଇଁ ସେ ନିଜର ମୂଲ୍ୟକୁ ୫୦ ଲକ୍ଷ ଟଙ୍କାକୁ ହ୍ରାସ କରିଥିଲେ। ତେବେ ନିଜର ମୂଲ୍ୟ ହ୍ରାସ କରିବା ଏବଂ ଘରୋଇ କ୍ରିକେଟ୍ ରେ କ୍ରମାଗତଭାବେ ଭଲ ଖେଳିବା ସତ୍ତ୍ୱେ ବି ବିସିସିଆଇ ନିଲାମରେ ଶ୍ରୀସନ୍ତଙ୍କୁ ସର୍ଟଲିଷ୍ଟ କରିନାହିଁ, ଯାହା ଏକ ଆଶ୍ଚର୍ଯ୍ୟର କଥା। ଶ୍ରୀସନ୍ତ ଶେଷ ଥର ପାଇଁ ୨୦୧୩ ମସିହାରେ ଆଇପିଏଲରେ ଖେଳିଥିଲେ ଏବଂ ପରେ ମ୍ୟାଚ ଫିକ୍ସିଂରେ ଜଡିତ ଥିବାରୁ ତାଙ୍କୁ ଖେଳ ଠାରୁ ଦୂରେଇ ରଖାଯାଇଥିଲା। ତେବେ ଗତ ୩ ବର୍ଷ ହେବ ସେ ଆଇପିଏଲରେ ଖେଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସ୍ୱପ୍ନ ପୁଣି ଥରେ ଭାଙ୍ଗି ଯାଇଛି।