IPL 2022: ଏହି ୩ ଜଣ ବେଞ୍ଚରେ ବସିଥିବା ଖେଳାଳୀଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ସୁଯୋଗ ଦେବା ଉଚିତ, ତାହାଲେ ବଦଳିପାରେ ଭାଗ୍ୟ

 

କ୍ରିକେଟ୍ ଖବର: ଆଇପିଏଲ ୨୦୨୨ରେ ୫ ଥର ଚାମ୍ପିୟନ୍ସ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ଜାରି ରହିଛି । ଏପର୍ଯ୍ୟନ୍ତ ଦଳ ଏହି ସିଜିନରେ ୬ଟି ମ୍ୟାଚ ଖେଳିଛି ଏବଂ ସମସ୍ତ ମ୍ୟାଚରେ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ମୁମ୍ବାଇ ଟିମ ଚଳିତ ବର୍ଷ ବେଶି ଦୁର୍ବଳ ଥିବା ଦେଖିବାକୁ ମିଳିଛି ।

ମୁମ୍ବାଇ ଟିମର କ୍ୟାପ୍ଟେନ ରୋହିତ ଶର୍ମା ମ୍ୟାଚରେ ବହୁ ଯୋଜନା ଆପଣାଇଥିଲେ ହେଁ ଟିମ ପାଇଁ କିଛି ବି ଯୋଜନା କାମ ଦେଉନାହିଁ । ଲକ୍ଷ୍ନୌ ସୁପର ଜାଏଣ୍ଟ ବିପକ୍ଷରେ ମିଳିଥିବା ପରାଜୟ ପରେ କ୍ୟାପ୍ଟେନ ରୋହିତ ଶର୍ମା କହିଛନ୍ତି ଯେ, ପ୍ରତ୍ୟେକ ମ୍ୟାଚ ଖେଳୁଛୁ, ସର୍ବଦା ଚେଷ୍ଟା କରୁଛୁ ମ୍ୟାଚ କିଭଳି ଭାବେ ଭଲରେ ଖେଳିହେବ।

ତେବେ ଆସନ୍ତୁ ଜାଣିବା ଆଉ ୩ଜଣ ଖେଳାଳୀ ଯିଏ କି ମୁମ୍ବାଇ ଟିମରେ ଆଗାମୀ ମ୍ୟାଚରେ ଖେଳିପାରନ୍ତି:

ଆଇପିଏଲ ଏଭଳି ଏକ ଟୁର୍ଣ୍ଣାମେଣ୍ଟ ଯାହାକି ମିଷ୍ଟ୍ରି ସ୍ପିନରଙ୍କୁ ଅଧିକ ସଫଳତା ଦେଇଛି । ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଋତିକ ଶୌକିନ ସେହିମାନଙ୍କ ମଧ୍ୟରୁ ଜଣେ ବୋଲର । ମୁରଗନ ଅଶ୍ୱିନୀଙ୍କୁ ଅନେକ ସୁଯୋଗ ମିଳିଛି। କିନ୍ତୁ ଏମିତି ଲାଗୁଛି ତାଙ୍କୁ ଅନ୍ୟ ସ୍ପିନରର ସପୋର୍ଟର ଆବଶ୍ୟକତା ରହିଛି । ଏହି ସମୟରେ ଶୌକିନ ତାଙ୍କୁ ଅନେକ ସହଯୋଗ କରିପାରିବେ ।

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ଡାନିଏଲ ସେମ୍ସ, ଟାୟମଲ ମିଲସ ଓ ଜୟଦେବ ଉନାଦକୋଟଙ୍କୁ ବାମହାତୀ ଦ୍ରୁତ ବୋଲର ବିକଳ୍ପ ଭାବେ ନେଇସାରିଛନ୍ତି । ସେମାନଙ୍କ ମଧ୍ୟରୁ କେହି ବି ଭଲ ପ୍ରଦର୍ଶନ କରିପାରିନାହାନ୍ତି। ତେବେ ଏହି ସ୍ଥିତିରେ ଅର୍ଜୁନ ତେନ୍ଦୁଲକରଙ୍କୁ ଉପଯୋଗ କଲେ ଖେଳରେ ପରିବର୍ତ୍ତନ ଆସିପାରେ ।

ଯଦି ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନ ତେନ୍ଦୁଲକରଙ୍କଠାରୁ ଅଧିକ ଅନୁଭବୀ ଖେଳାଳୀଙ୍କ ଉପଯୋଗ କରିବାକୁ ଚାହୁଁଛି ତେବେ ଏ କ୍ଷେତ୍ରରେ ରିଲେ ମେରେଡିଥଙ୍କୁ ସୁଯୋଗ ଦେବା ଉଚିତ। ଗତ ବର୍ଷ ପଞ୍ଜାବ ଟିମର ଖେଳାଳି ସେ ଥିଲେ ।