KKR vs GT: ୮୦ ଲକ୍ଷର ଖେଳାଳି ମାରିଲେ ୬,୬,୬,୬,୬, ରିଙ୍କୁ ସିଂହଙ୍କ ପ୍ରହାରରେ ଖେଳାଳି ଏବଂ ଦର୍ଶକ ହେଲେ ସ୍ତବ୍ଧ, ଦେଖନ୍ତୁ ଭିଡ଼ିଓ

 
ronku singh 6 six

କ୍ରିକେଟ ଖବର : ଚଳିତବର୍ଷର ଆଇପିଏଲର 13 ତମ ମ୍ୟାଚରେ କୋଲକାତା ଦଳ ଏକ ଅବିଶ୍ବସନୀୟ ବିଜୟ ହାସଲ କରିଛି। ଦଳ ଶେଷ ଓଭରରେ ଜିତିବା ପାଇଁ 29 ରନ ଆବଶ୍ୟକ କରୁଥିଲା। ଆଉ ସେତେବେଳେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ କୋଲକାତାର ଫିନିଶର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ। ସେ ଲଗାତାର 5ଟି ବଲରେ 5ଟି ଛକା ମାରିଥିଲେ। ଆଉ ଏହି ଆଶ୍ଚର୍ଯ୍ୟକର ପ୍ରଦର୍ଶନ ପରେ ବର୍ତ୍ତମାନ ତାଙ୍କୁ ସମଗ୍ର କ୍ରିକେଟ୍ ଜଗତ ପ୍ରଶଂସା କରୁଛି। 

ଯଦି ଆମେ ମ୍ୟାଚ ବିଷୟରେ କଥା ହେବା ତେବେ କଡା ସଂଘର୍ଷ ଦେଇ ଚାଲିଥିଲା ମ୍ୟାଚ୍। କେତେବେଳେ ଗୁଜରାଟ ଟାଇଟନ୍ସର ପଲ୍ଲା ଭାରି ରହୁଥିଲା ତ କେତେବେଳେ କୋଲକାତା ନାଇଟ୍ ରାଇଡର୍ସର ପଲ୍ଲା। କହିବା ବଡ ମୁସ୍କିଲ ଥିଲା ଯେ କେଉଁ ଦଳ ମ୍ୟାଚ୍ ଜିତିବ। ହେଲେ କୋଲକାତା ଇନିଂସର ୧୭ତମ ଓଭର ବୋଲିଂ କରିଥିବା ରଶିଦ ଖାନ ମ୍ୟାଚ୍‌ର ଗତିବିଧି ହିଁ ଓଲଟ ପାଲଟ କରି ଦେଲେ। ଉକ୍ତ ଓଭରରେ ହ୍ୟାଟ୍ରିକ ନେଇ ମ୍ୟାଚ୍‌ର ମଙ୍ଗ ଗୁଜରାଟ୍‌ ଆଡେ ମୋଡିଥିଲେ। ସମସ୍ତ ଭାବୁଥିଲେ ଗୁଜରାଟ ମ୍ୟାଚ୍ ଜିତିଯିବ। ପରାଜୟର ଦ୍ଵାର ଦେଶରେ ବି ପହଞ୍ଚି ଯାଇଥିଲା କୋଲକାତା। କାରଣ ଶେଷ ଓଭରରେ ଜିତିବା ପାଇଁ ଦରକାର ଥିଲା ୨୯ ରନ।

ରିଙ୍କୁ ସିଂ ମାରିଲେ ୫ଟି ବଲରେ ୫ଟି ଛକା: 

rinku

ଆଉ ସେହି ସମୟରେ କେହି ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ ଯେ ରିଙ୍କୁ ସିଂହ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଖେଳିବେ। ଆଉ ପୂରା ଷ୍ଟାଡିୟମକୁ ସ୍ତବ୍ଧ କରି ଦେବେ। ଶେଷ ଓଭରରେ ଲଗାତାର ୫ ଛକା ମାରି ୩୧ ରନ ସଂଗ୍ରହ କରି କୋଲକାତାକୁ ୩ ଓ୍ଵିକେଟ୍‌ରେ ଅବିଶ୍ଵସନୀୟ ବିଜୟ ଦେଇଥିଲେ ସେ। ଆଉ ଏହି ରୋମାଞ୍ଚକର ମ୍ୟାଚ୍‌ରେ ଶେଷରେ ବାଜି ମାରି ନେଇଛି କୋଲକାତା ନାଇଟ୍ ରାଇଡର୍ସ। 

ଦେଖନ୍ତୁ ଭିଡ଼ିଓ:

ଆହୁରି ପଢ଼ନ୍ତୁ: IPL 2023 ର ଦ୍ରୁତତମ ଅର୍ଦ୍ଧଶତକ ହାସଲ ପରେ ରାହାଣେ ହେଲେ ଭାବପ୍ରବଣ, କହିଲେ "ମୁଁ ଟି20 ନୁହଁ, ଟେଷ୍ଟ ଖେଳିବାକୁ ଚାହେଁ, କିନ୍ତୁ...."