ଦେଖନ୍ତୁ ଭିଡିଓ: ଭାରତଠାରୁ ପରାଜୟ ପରେ ଅଜବ ଢଙ୍ଗରେ ବୟାନ ଦେଲେ ପାକିସ୍ତାନୀ ଯୁବକ, ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ ଆପଣ…

 

ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ 2023 ର ଫାଇନାଲରେ ପ୍ରବେଶ କରିଛି । ସୁପର ମ୍ୟାଚ୍‌ରେ ପ୍ରଥମେ ପାକିସ୍ତାନ ଏବଂ ତାପରେ ଶ୍ରୀଲଙ୍କାକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଏସିଆ କପ୍‌ର ଫାଇନାଲରେ ପ୍ରବେଶ କରିଛି ।

ଏହି ବିଜୟ ପରେ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ପଡୋଶୀ ଦେଶ ପାକିସ୍ତାନ ରାଗି ଯାଇଛି । ଆଉ ପାକିସ୍ତାନର ପରାଜୟକୁ ନେଇ ଜଣେ ପାକିସ୍ତାନୀ ଏପରି କିଛି କହିଛନ୍ତି ଯାହା ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ଏହି ଭିଡ଼ିଓ ରେ ପାକିସ୍ତାନୀ ଯୁବକ ଜଣକ ଏପରି ଢଙ୍ଗରେ କହିଛନ୍ତି, ଆପଣ ନିଜ ହସକୁ ରୋକିପାରିବେନି । ପାକିସ୍ତାନ ହାରିବା ପରେ ଯେତେବେଳେ ଜଣେ ୟୁଟ୍ୟୁବର୍ ଏହି ବ୍ୟକ୍ତିଙ୍କଠାରୁ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ, ଯୁବକ ଜଣକ କାନ୍ଦିପକାଇଥିଲେ ।

ଆଉ କାନ୍ଦି କାନ୍ଦି କହିଥିଲେ ଏ କେମିତି ମ୍ୟାଚ୍ ଖେଳିଲା ପାକିସ୍ତାନ କିନ୍ତୁ ଏହାପୂର୍ବରୁ ବ୍ୟକ୍ତି ଜଣକ କହିଛନ୍ତି କି ଧନ୍ୟବାଦ କରନ୍ତୁ, ବର୍ଷା ହୋଇଗଲା । ଯଦି ବର୍ଷା ହୋଇନଥାନ୍ତା, ତେବେ ଭାରତ ନିଶ୍ଚିତ ୫୦୦ ରନ୍‌ କରିଥାନ୍ତା ।

ଦେଖନ୍ତୁ ଭିଡ଼ିଓ: