ଟ୍ରୋଲିଂକୁ ନେଇ ମୁହଁ ଖୋଲିଲେ କେ.ଏଲ୍ ରାହୁଲ! କହିଲେ ଏପରି କଥା….

 

ଭାରତୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ସାମ୍ନା କରିବାକୁ ପଡୁଛି। ତାଙ୍କର ଖରାପ ପ୍ରଦର୍ଶନ ଏବଂ ଧୀର ବ୍ୟାଟିଂ ଯୋଗୁଁ ସମାଲୋଚକମାନେ ତାଙ୍କୁ ବହୁତ ଟ୍ରୋଲ କରନ୍ତି। ଶ୍ରୀଲଙ୍କା ବିପକ୍ଷ ଏକଦିବସିୟ ସିରିଜରେ ଫ୍ଲପ୍ ପ୍ରଦର୍ଶନ ପରେ ମଧ୍ୟ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ବର୍ତ୍ତମାନ କେ.ଏଲ୍ ରାହୁଲ ତାଙ୍କ ଟ୍ରୋଲରକୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଏକ 'ପୋଡକାଷ୍ଟ' ମାଧ୍ୟମରେ ସେ କହିଛନ୍ତି ଯେ ଯେତେବେଳେ ବି ସେ କିଛି କରନ୍ତି, ତାଙ୍କୁ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡେ।

ବାସ୍ତବରେ, ନିକଟରେ କେ.ଏଲ୍ ରାହୁଲ ନିଖିଲ କାମଥଙ୍କ ସହ ଏକ ପୋଡକାଷ୍ଟରେ ଟ୍ରୋଲରଙ୍କୁ ପ୍ରତିକ୍ରିୟା ଦେଇଛନ୍ତି।  ସେ କହିଛନ୍ତି ଯେ ସେ ଯାହା ବି କରନ୍ତୁ ନା କାହିଁକି ଟ୍ରୋଲରମାନେ ତାଙ୍କୁ ଟ୍ରୋଲ କରିଚାଲିଛନ୍ତି। ସେ କହିଛନ୍ତି ଟ୍ରୋଲିଂ ସହିତ ଭଲ ଭାବରେ ଖାପ ଖୁଆଇ ପାରନ୍ତି। ତାଙ୍କୁ ଏଥିରୁ କୌଣସି ଫରକ ପଡ଼ିନଥାଏ। ‘କଫି ୱିଥ୍ କରନ’  ଏପିସୋଡ୍ ପରଠାରୁ ତାଙ୍କୁ ଲଗାତାର ଟ୍ରୋଲିଂର ଶିକାର ହେବାକୁ ପଡୁଥିବା ସେ ପ୍ରକାଶ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯ ମସିହାରେ କେ.ଏଲ୍ ରାହୁଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ‘କଫି ୱିଥ୍ କରନ’ରେ ଭାଗ ନେଇଥିଲେ। ଏହି ସମୟରେ ସେମାନେ ମହିଳାମାନଙ୍କ ବିଷୟରେ ଆପତ୍ତିଜନକ ବିବୃତ୍ତି ଦେଇଥିଲେ, ଯାହା ପରେ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା।

ଏହି ବିବାଦ ଯୋଗୁଁ କେ.ଏଲ୍ ରାହୁଲଙ୍କୁ ବିସିସିଆଇ ଦ୍ୱାରା ନିଲମ୍ବିତ କରାଯାଇଥିଲା। ଏହା ବ୍ୟତୀତ ଭାରତୀୟ ପ୍ରଶଂସକମାନେ ତାଙ୍କୁ 'ଯୌନବାଦୀ' ବୋଲି କହିବା ଆରମ୍ଭ କରିଥିଲେ। ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗି ସେ କହିଛନ୍ତି ଯେ ତାଙ୍କ ଜୀବନର ଏହା ଏକ ଖରାପ ମୁହୂର୍ତ୍ତ ରହିଥିଲା। ସେ ନିଜ ଜୀବନରେ କେବେ ବି ସ୍କୁଲରୁ ମଧ୍ୟ ସଶପେଣ୍ଡ ହୋଇନଥିଲେ।

ସେ କହିଛନ୍ତି ସ୍କୁଲରେ ସେ ଏପରି କିଛି କରିନଥିଲେ ଯେ ତାଙ୍କୁ ସସପେଣ୍ଡ ପରି ଦଣ୍ଡ ମିଳିବ। କିନ୍ତୁ, ସେହି ଘଟଣା ମୋତେ ବହୁତ ଆଘାତ ପହଞ୍ଚାଇଅଛି। ପୂର୍ବରୁ ସେ ସମସ୍ତଙ୍କ ସହିତ ମିଶୁଥିବା ବେଳେ ଏବେ କିନ୍ତୁ ଅଜଣା ଲୋକଙ୍କ ସହିତ ଏବେ କଥା ହେବାକୁ ତାଙ୍କୁ ଡର ଲାଗୁଥିବା ସେ କହିଛନ୍ତି।