ସିରିଜ ଜିତିବା ପରେ ଆନନ୍ଦ ମହିନ୍ଦ୍ରା ନଟରାଜନ୍ ଙ୍କୁ ଉପହାରରେ ଦେଲେ ଏହି ଦାମୀ କାର, ଦାମ ଜାଣିଲେ ଆପଣ ମଧ୍ୟ ହେବେ ତାଯୁବ

ଭାରତର ପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କେବଳ ନଟରାଜନଙ୍କୁ ନୁହେଁ ବରଂ ମହମ୍ମଦ ସିରାଜ , ଶୁବମାନ ଗିଲ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର ଏବଂ ନବଦୀପ ସାଇନି ଙ୍କୁ ମଧ୍ୟ ଉପହାର ପ୍ରଦାନ କରିଛନ୍ତି। ଅଷ୍ଟ୍ରେଲିଆ ଟୁର୍ ରେ ଚମତ୍କାର ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆର ଦ୍ରୁତ ବୋଲରଙ୍କୁ ଅଟୋମୋବାଇଲ୍ କମ୍ପାନୀ ମାଲିକ ଆନନ୍ଦ …
 

ଭାରତର ପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କେବଳ ନଟରାଜନଙ୍କୁ ନୁହେଁ ବରଂ ମହମ୍ମଦ ସିରାଜ , ଶୁବମାନ ଗିଲ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର ଏବଂ ନବଦୀପ ସାଇନି ଙ୍କୁ ମଧ୍ୟ ଉପହାର ପ୍ରଦାନ କରିଛନ୍ତି। ଅଷ୍ଟ୍ରେଲିଆ ଟୁର୍ ରେ ଚମତ୍କାର ପ୍ରଦର୍ଶନ କରିଥିବା ଟିମ ଇଣ୍ଡିଆର ଦ୍ରୁତ ବୋଲରଙ୍କୁ ଅଟୋମୋବାଇଲ୍ କମ୍ପାନୀ ମାଲିକ ଆନନ୍ଦ ମହିନ୍ଦ୍ରା Mahindra Thar କାରକୁ ଉପହାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସେ ତାଙ୍କ ପ୍ରତିଶ୍ରୁତି ପୁରଣ କରିଛନ୍ତି । ନିଜେ ନଟରାଜ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

ନାଟରାଜନ୍ କାରର ଏକ ଫଟୋ ପୋଷ୍ଟ କରିଥିଲେ:

ଟି ନାଟରାଜନ୍ ଟ୍ୱିଟରରେ ଲେଖିଛନ୍ତି, ‘ଭାରତ ପାଇଁ କ୍ରିକେଟ୍ ଖେଳିବା ମୋ ଜୀବନର ସବୁଠୁ ବଡ କଥା । ଏଠାରେ ପହଞ୍ଚିବା ମୋ ପାଇଁ ସହଜ ନଥିଲା। ସେ କହିଥିଲେ ଯେ ମୁଁ ଯେଉଁଭଳି ଭାବରେ ଲୋକଙ୍କ ପ୍ରେମ ପାଇଛି, ତାହା ମୋତେ ପ୍ରଭାବିତ କରିଛି। 

ଗବା ଟେଷ୍ଟର ଜର୍ସି ଉପହାର:

ଅନ୍ୟ ଏକ ଟ୍ୱିଟରେ ଟି ନାଟରାଜନ୍ ଲେଖିଛନ୍ତି – ଆଜି ନୂଆ ଏସୟୁଭି ମୋ ଘରକୁ ଆସିଥିଲା, ଏହି ଉପହାର ପାଇଁ ମୁଁ ଶ୍ରୀ ଆନନ୍ଦ ମହିନ୍ଦ୍ରାଙ୍କୁ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି। ମୋର ପ୍ରଶଂସା ପାଇଁ ଧନ୍ୟବାଦ । କ୍ରିକେଟ୍ ପ୍ରତି ତୁମର ଭଲପାଇବା କୁ ଦେଖି ମୁଁ ତୁମକୁ ଗାବା ଟେଷ୍ଟ ଜର୍ସି ଉପହାର ଦେଉଛି ।

ସୂଚନାଯୋଗ୍ୟ ଯେ ଆନନ୍ଦ ମହିନ୍ଦ୍ରା ଯେଉଁ ଯେଉଁ Mahindra Thar କାର ନାଟରାଜନ୍ ଙ୍କୁ ଉପହାର ଦେଇଛନ୍ତି ତାହାର ଅନ ରୋଡ଼ ମୂଲ୍ୟ 12 ରୁ 18 ଲକ୍ଷ ଟଙ୍କା । ତେବେ ଆନନ୍ଦ ମହିନ୍ଦ୍ରା ଏମିତିକା ଉପହାର ଆଗରୁ ବି ମଧ୍ୟ ବହୁତ ଖେଳାଳିଙ୍କୁ ଦେଇ ଆସିଛନ୍ତି ।