ଦେଖନ୍ତୁ ଭିଡ଼ିଓ: T20 ମ୍ୟାଚ୍‌ ଟିକଟ ପାଇଁ କଟକରେ ମାରପିଟ୍, ବାରବାଟୀରେ ମହିଳାଙ୍କ ଉପରେ ଲାଠିଚାର୍ଜ କଲା ପୁଲିସ

 

ଆଜି କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍‌ ପାଇଁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ସକାଳ 9 ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିବା ବେଳେ ଟିକେଟ୍‌ ପାଇଁ ବାରବାଟୀ ରେ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି।

ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏସବୁ ସତ୍ତ୍ୱେ ମଧ୍ୟ ଠେଲାପେଲା ସୃଷ୍ଟି ହୋଇଥିଲା ଏବଂ ଝଗଡା ମଧ୍ୟ ଦେଖିବାକୁ ମିଳିଲା।