ଟେଷ୍ଟରେ ସେ ତ୍ରିଶତକ ହାସଲ କରିଥିବା ଏହି ସଲାମି ବେଟ୍ସମ୍ୟାନ ଦୀର୍ଘ ଦିନର ନିଜ ପ୍ରେମିକା କୁ କରିଛନ୍ତି ବିବାହ..
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତର ଏହି ସଲାମି କ୍ରିକେଟର । ଦୀର୍ଘ ଦିନର ପ୍ରେମିକା ସନାୟା ଟାକ୍ରିରିଓ୍ବାଲାଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି ଭାରତୀୟ କ୍ରିକେଟର କରୁଣ ନାୟାର। ଏହା ପୂର୍ବରୁ ମଧ୍ୟ କ୍ରିକେଟ ଦୁନିଆ ଏବଂ ଫିଲ୍ମ ଦୁନିଆର ବହୁ ଦମ୍ପତି ଙ୍କ ବିବାହ ହୋଇସାରିଛି । ଯେମିତି କି ବିରାଟ ଓ ଅନୁଷ୍କା ,ଯୁବରାଜ ଓ ହେଜଲ ,ଜାହିର ଏବଂ ସାଗରୀକା,ହରଭଞ୍ଜନ ଓ ଗୀତା ବାସରା ଏବଂ ମହମଦ ଅଜହରଦିନ ଓ ସଂଗୀତା ବିଜଲାନି ।
ପୁଣି ଜଣେ କ୍ରିକେଟର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦକ୍ଷିଣ ଭାରତୀୟ ବିବାହ ରୀତିନୀତିରେ ଉଭୟ ବିବାହ କରିଛନ୍ତି। ଗତବର୍ଷ ଜୁନ ମାସରେ ଏକ ରୋମାଣ୍ଟିକ ଅନ୍ଦାଜରେ ସନାୟାଙ୍କୁ ପ୍ରମୋଜ କରିଥିଲେ କରୁଣ।,ଟାକ୍ରିରିଓ୍ବାଲା ଖେଳ ଏବଂ ଅଭିନୟ ଜଗତ ସହ ଯୋଡି ହୋଇଛନ୍ତି।
କରୁଣ ଆଇପିଏଲ ଖେଳୁଥିବାବେଳେ ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା। ପ୍ରଥମେ ବନ୍ଧୁତା ଏବଂ ପରେ ଏହା ପ୍ରେମର ରୂପ ନେଇଥିଲା। ଗତବର୍ଷ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । କରୁଣ ଭାରତ ପକ୍ଷରୁ ୨ଟି ଏକଦିବସୀୟ ଏବଂ ୬ଟି ଟେଷ୍ଟ ଖେଲିଛନ୍ତି। ଟେଷ୍ଟରେ ସେ ତ୍ରିଶତକ ହାସଲ କରିଥିଲେ।